ଲକ୍ଷ୍ମୀପୁର: ସାରା ରାଜ୍ୟରେ ବନ୍ୟା ସ୍ଥିତି ସଂଗୀନ ହୋଇପଡ଼ିଛି। ବନ୍ୟା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କୋରାପୁଟରେ ହୋଇଛି ମୃଦୁ ଭୂମିକମ୍ପ। ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରେ ଏହି ଭୂମିକମ୍ପ ହୋଇଛି। ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।