ଭୁବନେଶ୍ବର: ବିଡିଏର ୪୪ ତମ ପ୍ରତିଷ୍ଠା ଦିବସରେ କଡ଼ା ଆଭିମୁଖ୍ୟ ଦେଖାଇଲେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ବିଡିଏ କର୍ମଚାରୀଙ୍କୁ ତାଗିଦ କଲେ ମନ୍ତ୍ରୀ। ଘର ପ୍ଲାନ ପାଇବା ପାଇଁ ଲୋକଙ୍କୁ ସମସ୍ୟା ହେଉଥିବାରୁ ଏହା ଯେପରି ଯଥାଶୀଘ୍ର ହୋଇପାରିବ ତାହା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି ମନ୍ତ୍ରୀ । ତାଗିଦ କରି ମନ୍ତ୍ରୀ କହିଛନ୍ତି ଘର ପ୍ଲାନ ପାଇଁ ଦୁଇ ବର୍ଷ ଲଗାଅନ୍ତୁ ନାହିଁ, ଲୋକଙ୍କୁ ଦୌଡ଼ାଇ ଦୌଡ଼ାଇ ହଇରାଣ କରନ୍ତୁ ନାହିଁ।ଭୁବନେଶ୍ୱରରେ କାହିଁକି ହେବ ନାହିଁ ? ତେଣୁ ବିଡିଏର ଗୋଟେ ଟିମ୍ ମୁମ୍ବାଇ ଯିବ... ଦେଖିବ। ବିଡିଏ ଭିସି ବି ଯିବେ।
ଟିମ୍ ତର୍ଜମା କରିବ ଶିଖିବ ବୋଲି ପ୍ରତିଷ୍ଠା ଦିବସରେ କହିଛନ୍ତି ମନ୍ତ୍ରୀ।’’ ଆମର ଲକ୍ଷ୍ୟ ହେଉଛି ଜଣେ ବି ଷ୍ଟେକ୍ ହୋଲ୍ଡର ଅଫିସକୁ ଆସିବେ ନାହିଁ। ସବୁ ଅନଲାଇନ୍ ହେବ। ଆଖପାଖ ରାଜ୍ୟ ଆମକୁ ଫଲୋ କରିବେ। ୪୫ ଦିନରେ ପ୍ଲାନ୍ ଆପ୍ରୁଭାଲ୍ ହେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି। ବିଡିଏର ସବୁଠୁ ବଡ଼ ହାଉସିଂ ପ୍ରୋଜେକ୍ଟ ଶୁଭାରମ୍ଭ, ସାକାର ହେବ ମଧ୍ୟବିତ୍ତଙ୍କ ପ୍ରମିୟମ୍ ଫ୍ଲାଟ୍ ସ୍ବପ୍ନ
