Dailyhunt

ବିହାର ଡାକ୍ତରଙ୍କ ବଦାନ୍ୟତା ; ୫୦,୦୦୦ ରୋଗୀଙ୍କର କଲେ ମାଗଣା ଚିକିତ୍ସା , ନେଉ ନ ଥିଲେ କୌଣସି ଫି ...

NEWS7 1 week ago
 ନୂଆଦିଲ୍ଲୀ: ଆମେ ସମସ୍ତେ ପରିସ୍ଥିତିର ଦାସ। କିନ୍ତୁ ସେହି ପରିସ୍ଥିତିର ଦ୍ୱାହି ଦେଇ ଅନେକ ଠକିବାକୁ ଚେଷ୍ଟା କରନ୍ତି। କିନ୍ତୁ ଯିଏ ନ ଠକି ପରିସ୍ଥିତି ସହ ଲଢେଇ କରି ଆଗକୁ ବଢ଼ିଛି, ସଫଳତା ସେ ନିଶ୍ଚିତ ପାଇଛି। ଏଠି ଏହି କଥାକୁ ସତ କରିଛନ୍ତି ଦରଭଙ୍ଗାର ଉପାନ୍ତ ଅଞ୍ଚଳରେ ଜନ୍ମିତ ରମଣ କିଶୋର । ଜୀବନରେ କିଛି କରିବାର ଇଚ୍ଛା ତ ରଖିଥିଲେ।
ସେଥିପାଇଁ ସବୁବେଳେ କଠିନ ପ୍ରରିଶ୍ରମ ଜାରି ରଖିଥିଲେ। କିନ୍ତୁ ଗୋଟିଏ ଘଟଣା ବଦଳାଇ ଦେଇଥିଲା ତାଙ୍କ ଜୀବନର ମୋଡ଼। ତାପରେ ଏମିତି କିଛି କଲେ ଅନେକଙ୍କ ପାଲଟିଗଲେ ପ୍ରେରଣା। ଏମିତି କି ଅମିତାଭଙ୍କ ଶୋ ପାଇଁ ବି ଡାକରା ଆସିଥିଲା।

ରମଣ କିଶୋର । ଜନ୍ମ ଏକ ସାଧାରଣ ପରିବାରରେ । ବାପା ଜଣେ ଚାଷୀ । ଗାଁରେ ଏକ ଛୋଟ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଚଳାଉଥିଲେ।

ଏପରି ପରିସ୍ଥିତିରେ, ରମଣଙ୍କ ବଡ଼ ସ୍ୱପ୍ନ ଡାକ୍ତର ହେବେ। କେମିତି ସମ୍ଭବ, ଯେଉଁଠି ଘର ଚଳାଇବା ଥିଲା କାଠିକର, ସେଠି ରମଣଙ୍କ ଡାକ୍ତର ହେବା ସ୍ୱପ୍ନ ଅଧୁରା ପରି ଲାଗୁଥିଲା। କିନ୍ତୁ ରମଣ ଥିଲେ ଭାରି ଜିଦ ଖୋର। ପୋଖିୱାଲାର କିଷାନ ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଉଚ୍ଚ-ମାଧ୍ୟମିକ ଶିକ୍ଷା ପାଇଁ ଦରଭଙ୍ଗା ଯାଇଥିଲେ।

କିନ୍ତୁ ଏତିକିରେ ସନ୍ତୁଷ୍ଟ ନଥିଲେ ରମଣ। ତାଙ୍କ ସ୍ୱପ୍ନ ଡାକ୍ତର ହେବା। ପରିବାର ଏବଂ ବନ୍ଧୁମାନଙ୍କ କଡ଼ା ବିରୋଧ ସତ୍ତ୍ୱେ, ସେ ପାଟନା ଯିବାକୁ ନିଷ୍ପତ୍ତି ନେଇଥିଲେ। ରମଣ କୁହନ୍ତି, ଲୋକମାନେ ତାଙ୍କୁ ପଚାରନ୍ତି ଏତେ ଟଙ୍କା କେଉଁଠୁ ଆସିବ, କେମିତି ସେ ପାଠ ପଢ଼ିବେ।

ଏମିତି କହି ତାଙ୍କୁ ନିରୁତ୍ସାହିତ କରୁନଥିଲେ ବରଂ ତାଙ୍କ ପାଇଁ ସେମାନେ ଚିନ୍ତିତ ଥିଲେ ବୋଲି ରମଣ କୁହନ୍ତି। ଏପଟେ ରମଣ ବି ତାଙ୍କ ପରିବାରରୁ ଆର୍ଥିକ ସାହାୟତା ନେଉ ନଥିଲେ। ସେ ସେଲ୍ଫ ଷ୍ଟଡ଼ି ଉପ ଉପରେ ଫୋକସ କରୁଥିଲେ। ଟ୍ୟୁସନ କରି ନିଜର ପେଟ ପୋଷୁଥିଲେ।

ଅନେକ ସଂଘର୍ଷ ପରେ ଶେଷରେ ୨୦୧୨ରେ ମେଡ଼ିକାଲ୍ କଲେଜରେ ଆଡ଼ମିସନ୍ ପାଇଲେ। ସଂଯୋଗବଶତଃ ସେହି ବର୍ଷ ତାଙ୍କ ବାପାଙ୍କର ବର୍ଷ ବର୍ଷର ସଂଘର୍ଷ ପରେ - ତାଙ୍କ ବାପାଙ୍କୁ ସରକାରୀ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିଲା। ପରିସ୍ଥିତି ସୁଧୁରିବା ଭିତରେ ଘଟିଥିଲା ଏକ ଦୁଃଖଦ ଘଟଣା। ତାଙ୍କ ମାଆ ଏକ ଗମ୍ଭୀର ରୋଗର ଶିକାର ହୋଇଥିଲେ।

ତାଙ୍କ ଚିକିତ୍ସା ଗାଁରେ ଚାଲିଥିଲା। ଗରିବ ପରିବାରରେ ସାଧାରଣତଃ ବାପା ମାଆ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦିଅନ୍ତିନି। କାହିଁକି ନା ପିଲାଙ୍କ ପରିବାର ଓ ପିଲାମାନଙ୍କ ଉପରେ ସେମାନେ ଗୁରୁତ୍ୱ ଦେଉଥିଲେ। ଏମିତିରେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସହିତ ତାଙ୍କୁ ଲିଭର କ୍ୟାନ୍ସର ବୋଲି ଜଣା ପଡ଼ିଥିଲା।

ପରିବାର ପରେ ତାଙ୍କୁ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ସମୟ ଅନୁସାରେ ଚିକିତ୍ସା ଆରମ୍ଭ ହୋଇଥିଲେ, ତାଙ୍କ ଅବସ୍ଥାରେ ଉନ୍ନତି ହୋଇପାରିଥାନ୍ତା। ଏହି ଅଭିଜ୍ଞତା ରମଣଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥିଲା। ସେ କୁହନ୍ତି, "ଗୋଟିଏ ସମୟରେ, ମୁଁ ଜଣେ ହୃଦରୋଗ ବିଶେଷଜ୍ଞ କିମ୍ବା ଜଣେ ପ୍ରସିଦ୍ଧ ବିଶେଷଜ୍ଞ ହେବାର ସ୍ୱପ୍ନ ଦେଖିଥିଲି।

କିନ୍ତୁ ଏସବୁ ଘଟିବା ପରେ, ମୁଁ ନିଷ୍ପତ୍ତି ନେଲି, ମୁଁ ଜଣେ ଏମିତି ଡାକ୍ତର ହେବି ଯିଏ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିର୍ଣ୍ଣୟ କରିପାରିବ। ଯାହା ଦ୍ଵାରା ଅନ୍ୟମାନେ ବିଳମ୍ବ ହେତୁ ସେମାନଙ୍କ ପ୍ରିୟଜନଙ୍କୁ ହରାଇବେ ନାହିଁ, ଯେପରି ଆମ ସହ ହୋଇଥିଲା।" ଏମ୍ସ ପାଟନାରେ ନିଜ ଶିକ୍ଷା ସମାପ୍ତ କରିବା ପରେ, ଡକ୍ଟର ରମଣ ପ୍ରତି ସପ୍ତାହରେ ଗାଁ ଗୁଡ଼ିକୁ ଯାଆନ୍ତି। ସାତ ବର୍ଷର କ୍ୟାରିୟରରେ, ସେ ଟି ଶିବିର ଆୟୋଜନ କରିଛନ୍ତି ଏବଂ ୫୦,୦୦୦ ରୁ ଅଧିକ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିଛନ୍ତି। ସେ ଆଦୌ ବି ଫି ନିଅନ୍ତି ନାହିଁ।

କାରଣ ଏହା ତାଙ୍କ ସେବାର ଉଦ୍ଦେଶ୍ୟକୁ ବିଫଳ କରିପାରେ ବୋଲି ସେ ଭାବନ୍ତି। ଏଥିରେ ଅନ୍ୟ ଡାକ୍ତରମାନେ ବି ତାଙ୍କୁ ଖୁବ୍ ସହଯୋଗ କରନ୍ତି। ଧିରେ ଧିରେ ଲୋକଙ୍କ ଭିତରେ ଖୁବ୍ ଲୋକପ୍ରିୟ ହୋଇଗଲେ। ଲୋକେ ତାଙ୍କୁ ସ୍ନେହରେ ଡାକନ୍ତି ଗାଁର ଡାକ୍ତର।

ତାଙ୍କ ଲୋକପ୍ରିୟତାରେ ଡକ୍ଟର ରମଣ କିଶୋରଙ୍କୁ ଅମିତାଭ ବଚ୍ଚନଙ୍କ 'କୌନ ବନେଗା କରୋଡ଼ପତି'କୁ ଆମନ୍ତ୍ରିତ ମଧ୍ୟ କରାଯାଇଥିଲା। ତାଙ୍କ ନିସ୍ୱାର୍ଥପର ସେବା ପାଇଁ ତାଙ୍କୁ ସମ୍ମାନିତ ବି କରାଯାଇଥିଲା। Inspirational Student: ଦଶମରେ ଟପ୍ପର, ଦ୍ୱାଦଶରେ ବି ୯୧ ପ୍ରତିଶତ ; ଟ୍ରୋଲରଙ୍କୁ ପ୍ରାଚୀ ଦେଲେ କି ଜବାବ ଡକ୍ଟର ରମଣ କିଶୋରଙ୍କର ଏହି ସରଳ ବ୍ୟକ୍ତିତ୍ୱ ଓ ନିସ୍ୱାର୍ଥପର ସେବାର ଚର୍ଚ୍ଚା ସବୁଠି। ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେବା ସହ ଅନ୍ୟମାନଙ୍କ ପାଇଁ ସେ ଏବେ ପ୍ରେରଣା।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7