Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବିହାରରେ ବନ୍ୟା ବିଭୀଷିକା ; ୧୪ ଜିଲ୍ଲାରେ ୩୫ ଲକ୍ଷରୁ ଅଧିକ ପ୍ରଭାବିତ

NEWS7 1 hr ago
 ନୂଆଦିଲ୍ଲୀ ୧୦।୦୯; ଲଗାଣ ବର୍ଷା ପରେ ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଗଙ୍ଗା ସମେତ ୮ଟି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ସ୍ଥାନରେ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର ୧୪ଟି ଜିଲ୍ଲାର ୮୪ଟି ବ୍ଲକ୍ ଓ ୫୧୪ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଛି। ପ୍ରାୟ ୩୫.୮୯ ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଗଙ୍ଗା, କୋଶୀ, ଗଣ୍ଡକ, ବୁଢ଼ୀ ଗଣ୍ଡକ, ପୁନପୁନ, ବାଗମତୀ ଓ ଘାଘରା ନଦୀରେ ଜଳସ୍ତର ବଢ଼ିଚାଲିଛି। ସାରଣ ଜିଲ୍ଲାରେ ମାହି ନଦୀ ଉପରେ ନିର୍ମିତ ବନ୍ଧ ଭାଙ୍ଗିଯିବା ପରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇଛି। ପାଟନା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କାଟିହାର, ଲଖିସରାଇ, ଖଗରିଆ, ପୂର୍ଣ୍ଣିଆ ଓ ଅରୱାଲ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ସେପ୍ଟେମ୍ବରରେ ଏପର୍ଯ୍ୟନ୍ତ ୭୯.୬ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୩୧ ପ୍ରତିଶତ ଅଧିକ।

ଏପଟେ ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଦେଇଛି। ଲଖିମପୁର ଓ ବରେଲିରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି। ବାରାଣସୀରେ ପ୍ରି-ପ୍ରାଥମିକରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯାଇଛି। ଉତ୍ତରାଖଣ୍ଡର ପୌଡ଼ିରେ ଭୂସ୍ଖଳନ ଯୋଗୁଁ ଘର ଓ ଦୋକାନରେ ଫାଟ ସୃଷ୍ଟି ହୋଇଛି। ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କାରେ ୟେଲୋ ଆଲର୍ଟ ଜାରି ହୋଇଛି। ପଶ୍ଚିମବଙ୍ଗର ମାଲଦାରେ ମଧ୍ୟ ଗଙ୍ଗାର ଜଳସ୍ତର ବଢ଼ୁଥିବା ବେଳେ ମଧ୍ୟପ୍ରଦେଶରେ ଆଗାମୀ ତିନି ଦିନ ବର୍ଷାରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7