ଭୁବନେଶ୍ୱର ୦୧।୦୯ : MMDR ସଂଶୋଧିତ ଆଇନ ପାରିତ ହୋଇଛି। ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ସହ ବିଜେପି MPଙ୍କୁ ଚିଠି ଲେଖିଥିଲେ। କାରଣ ଏହା ଓଡ଼ିଶା ସ୍ୱାର୍ଥ ବିରୋଧୀ। ବିଜେପି ଓଡ଼ିଶା ସ୍ୱାର୍ଥ ପାଇଁ କାମ କରୁନି ବୋଲି କହିଛନ୍ତି ବିଜେଡି ସାଂସଦ ସଂତୃପ୍ତ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, MMDR ଜଟିଳ ଆଇନ।ଏବେ ସେ କ୍ଷମତା ପଳେଇଲା। ୨୦୦୫ରୁ ଯେଉଁ ଖଣି ଟିକସ ବଳକା ଥିଲା, ତାହା ଆଉ ମିଳିବ ନାହିଁ। ବିଜେପି ସାଂସଦ କିଛି କହିଲେନି। ଓଡ଼ିଶା ସରକାର ଯେଉଁ ଗାରିମା ସହ ଡବଲ ଇଂଜିନ କହୁଥିଲେ, ସେ ଆଉ ଦୁଇ ବର୍ଷର ବକେୟା ଆଦାୟ କରି ପାରିବେ ନାହିଁ।
ପ୍ରତି ବର୍ଷ ୧୨ ହଜାର କୋଟି କ୍ଷତି ହେବ। ଏକ ଲକ୍ଷ ୩୦ କୋଟି ବକେୟା ଟିକସ ବି ଆଦାୟ ହୋଇପାରିବନାହିଁ। -ଅତି ଆବଶ୍ୟକ ନହେଲେ ସୁନା କିଣନ୍ତୁ ନାହିଁ, 'ସ୍ୱଦେଶୀ' ଓ 'ଭୋକାଲ୍ ଫର୍ ଲୋକାଲ୍' ଉପରେ ମୋଦିଙ୍କ ଗୁରୁତ୍ୱ ସେହିପରି ୨୦୨୪ ମସିହାରେ AG ପିତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ଏହା ଓଡ଼ିଶାକୁ କ୍ଷତି ଦେବ। ଏବେ କେମିତି ବିଜେପି ସାଂସଦ କହୁଛନ୍ତି ଯେ କ୍ଷତି ହେବନି ?
ନବୀନ ପଟ୍ଟନାୟକ ଓଡ଼ିଶାର ଭବିଷ୍ୟତ ପାଇଁ ଏହା କରିଥିଲେ। ଏବେ ୨୦୦୦ କୋଟି ଋଣ ୭% ସୁଦ୍ଧରେ ରାଜ୍ୟ ସରକାର ଉଠାଉଛନ୍ତି। ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଥିଲା। ଓଡ଼ିଶାର ଖଣି ପାଇଁ ଶିଳ୍ପ ଆସିଲା।
ଭବିଷ୍ୟତରେ ଖଣି ସରିଗଲେ, ଶିଳ୍ପ ଯୋଗୁଁ ଅର୍ଥ ଆସିଥାନ୍ତା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କେମିତି ଓଡ଼ିଶା ବିଧାନସଭାର ଟିକସ ନିର୍ଦ୍ଧାରଣ କ୍ଷମତା ନେଇ ଯିବେ ? ଯେଉଁମାନେ କହୁଛନ୍ତି ଯେ ଓଡ଼ିଶାର କ୍ଷତି ହେବନି, AGଙ୍କ ସବମିଶନ ଭୁଲ ଥିଲା କି ? ଜଣେ ସ୍ୱତନ୍ତ୍ର ଅଡିଟରଙ୍କ ଜରିଆରେ ଅଡିଟ ହେଉ। ଯଦି ଏହାକୁ ବିରୋଧ କରାନଯାଏ, ତେବେ ଭବିଷ୍ୟତ ଅନ୍ଧାରକୁ ପଳେଇବ।
