Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବିକ୍ରମ ପଣ୍ଡାଙ୍କ ପ୍ରସେସନକୁ ନେଇ ଜୋର୍ ଧରିଲା ରାଜନୀତି, ଅଲାଜୁକଙ୍କ ଭଳି ଶୋଭାଯାତ୍ରା କରୁଥିବା କହିଲେ ମନ୍ତ୍ରୀ, କାଉଣ୍ଟର କଲା ବିଜେଡି

NEWS7 6 days ago
 ଭୁବନେଶ୍ୱର ୦୨।୦୯ : ବିଜେଡିକୁ କଡ଼ା ଟାର୍ଗେଟ କଲେ ପରିବହନ ମନ୍ତ୍ରୀ । ଜେଲ୍ରୁ ବାହାରିବା ପରେ ବିଜେଡି ନେତା ବିକ୍ରମ ପଣ୍ଡା ପ୍ରୋସେସନ କରିବା ପ୍ରସଙ୍ଗରେ କଟାକ୍ଷ କରି ସମାଲୋଚନା କରିଛନ୍ତି ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ଯେ, ଔଷଧର ଏକ୍ସପାଏରୀ ଡେଟ୍ ଗଲା ଆଉ କାମ କରେନାହିଁ । ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ପ୍ରସେସନ କରାଗଲା ।
ତାହା ଆମକୁ ଲଜ୍ୟା ଲାଗିବା କଥା । ଆମ ଗଞ୍ଜାମ ଭାଷାରେ ଏହାକୁ ଅଲାଜୁକ କୁହାଯାଏ । ଯେଉଁ ବିଜେଡି ନେତାମାନେ ମଙ୍ଗଳବାର ବ୍ରହ୍ମପୁର ଯାଇଥିଲେ । ସେମାନେ ଭାବିବା ଦରକାର ଥିଲା ଦେଶ କି ରାଜ୍ୟ ପାଇଁ କିଛି ବଡ଼ କାମ କରି ଜେଲ୍ ଯାଇନଥିଲେ ବିକ୍ରମ ପଣ୍ଡା ।

ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ବିକ୍ରମ ପଣ୍ଡା । ଆଉ ଏବେ ଜାମିନ ପାଇଁ ବାହାରକୁ ଆସିଛନ୍ତି । ତେଣୁ ଏହାକୁ ନେଇ ଏତେ ଗର୍ବ କିମ୍ବା ପ୍ରୋସେସନ କରିବା ଠିକ୍ ନୁହେଁ । ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ।

ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ବିକ୍ରମ ପଣ୍ଡାଙ୍କ ଜାମିନ ନେଇ କାଉଣ୍ଟର କରିଛି ବିଜେଡି । ବିକ୍ରମଙ୍କ ଷଡ଼ଯନ୍ତ୍ର କରି ମନ୍ତ୍ରୀ ଫସାଇଥିଲେ । ଜାମିନ ବେଳେ ହାଇକୋର୍ଟ ଦେଇଥିବା ରିପୋର୍ଟକୁ ମନ୍ତ୍ରୀ ଟିକେ ପଢନ୍ତୁ ।

ଯଦି ଠିକ୍ ସେ ପଢିବେ, ତେବେ ଜାଣିପାରିବେ । ବିକ୍ରମ ପଣ୍ଡାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏହି ହତ୍ୟା କେସ୍ରେ ଫସାଯାଇଛି ।ବିକ୍ରମ ପଣ୍ଡା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହେବା ପରେ ତାଙ୍କର ଲୋକପ୍ରିୟତା ଏବଂ ସଂଗଠନିକ ଦକ୍ଷତାକୁ ଦେଖି ବିଜେପି ନେତା ସହିପାରିନଥିଲେ। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହତ୍ୟା ମାମଲାରେ ଛନ୍ଦା ଯାଇଥିଲା । ବିକ୍ରମଙ୍କ ଗିରଫଦାରୀ ଅସାମ୍ବିଧାନିକ ଥିଲା।

ପ୍ରଥମେ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ବିଜେପି ନେତାଙ୍କ ଭିତରେ ଚାଲିଥିବା ଲଢେଇକୁ ସମ୍ଭାଳନ୍ତୁ। ମନ୍ତ୍ରୀ କଣ ଜ୍ୟୋତିଷ ସେ କଣ ବିଜେଡିର ଏକ୍ସପାରୀ ଡେଟ୍ କଥା କହିବେ। ସେ ଟିକେ ନିଜ ନିର୍ଵାଚନ ମଣ୍ଡଳୀକୁ ଯାଆନ୍ତୁ ଲୋକେ ତାଙ୍କ ଉପରେ କଣ ମନ୍ତବ୍ୟ ଦେବେ ଜାଣିପାରିବେ। Watch Video:-
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7