Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବ୍ରହ୍ମପୁର ଜେଲ୍‌ରୁ ମୁକୁଳିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା: କହିଲେ- 'ମୋ ଉପରେ ମହାପ୍ରଭୁଙ୍କ କୃପା ଅଛି, ମୁଁ ନିର୍ଦ୍ଦୋଷ'

NEWS7 1 week ago
 ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୀର୍ଘ ଦିନର ବ୍ୟବଧାନ ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଜାମିନ୍ରେ ମୁକୁଳିଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଜେଲ୍ରୁ ବାହାରିବା ପରେ ସେ ଆକ୍ରୋଶମୂଳକ ରାଜନୀତିକୁ ନେଇ ନିଜର ପ୍ରତିକ୍ରିୟା ରଖିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଗଞ୍ଜାମବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।
କାରାଗାରରୁ ମୁକ୍ତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିକ୍ରମ ପଣ୍ଡା କହିଛନ୍ତି ଯେ, "ମୋ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କୃପା ରହିଛି। ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ରାଜନୈତିକ ଆକ୍ରୋଶ ରଖି ଚକ୍ରାନ୍ତପୂର୍ବକ ଫସାଯାଇଥିଲା ଏବଂ ଅନ୍ୟାୟ ଭାବେ ଜେଲ୍ ପଠାଯାଇଥିଲା। ତେବେ ସତ୍ୟର ସଦାବେଳେ ଜୟ ହୁଏ।" ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ ଏହାସହ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ, ଗଞ୍ଜାମ ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ସଦାସର୍ବଦା ତାଙ୍କ ସହିତ ରହିଛି।

ସେମାନଙ୍କ ସ୍ନେହ ଏବଂ ବିଶ୍ୱାସ ହିଁ ତାଙ୍କର ସବୁଠାରୁ ବଡ଼ ବଳ। ବିକ୍ରମ ପଣ୍ଡା ଜେଲରୁ ବାହାରିବା ସମୟରେ କାରାଗାର ବାହାରେ ତାଙ୍କର ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଜେଲ୍ ଗେଟରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସୂଚନାଯୋଗ୍ୟ, ବିଜେପି ନେତା ତଥା ବ୍ରହ୍ମପୁରର ଆଇନଜୀବୀ, ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଏକ ବହୁଚର୍ଚ୍ଚିତ ହାଇପ୍ରୋଫାଇଲ୍ ମାମଲା।

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳରେ ଥିବା ତାଙ୍କ ନିଜ ବାସଭବନ ନିକଟରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୯:୪୦ ରୁ ୧୦:୦୦ ମଧ୍ୟରେ ଏହି ଘଟଣା ଘଟିଥିଲା। ପୋଲିସ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରି ୧୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ଏବଂ ୧୨ ଜଣରୁ ଉର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ, ରାଜନୈତିକ ଏବଂ ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ବିଜେପିକୁ MMDR ପ୍ରସଙ୍ଗରେ ଘେରିଲେ ବିଜେଡି ସାଂସଦ, କହିଲେ- ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରୁନି ବିଜେପି ବିଜେଡିର ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର (ପିଣ୍ଟୁ) ଦାସ ଏବଂ କର୍ପୋରେଟର ମଳୟ ବିଷୋୟୀଙ୍କ ସମେତ ସାର୍ପସୁଟରମାନଙ୍କୁ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ସହଯୋଗୀ ଭାବେ ଅଭିଯୁକ୍ତ କରି ୨୦୨୫ ଅକ୍ଟୋବର ୨୨ ରେ ଗିରଫ କରିଥିଲା। ଗିରଫ ହେବା ପରଠାରୁ ଦୀର୍ଘ ୧୦ ମାସ ଜେଲ୍ରେ ରହିବା ପରେ, ଗତକାଲି ହାଇକୋର୍ଟ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସସର୍ତ୍ତ ଜାମିନ୍ ପ୍ରଦାନ କରିଥିଲେ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7