ବାରିପଦା ୦୭।୦୪ : ସାବାଡ଼ ହେବେ ମାଫିଆ । ବେଆଇନ୍ ଗୋଚାଳାଣରେ ଲାଗିବ ରୋକ । ଗୋ-ମାଫିଆଙ୍କ ବିରୋଧରେ ପୋଲିସର ଜବରଦସ୍ତ ଆକ୍ସନ । ଭଦ୍ରକ ପରେ ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଭଦ୍ରକ ପୋଲିସ ପକ୍ଷରୁ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ମୟୁରଭଞ୍ଜ ପୋଲିସ ପକ୍ଷରୁ ଜିଲ୍ଲାର ୧୫ଟି ଜାଗାରେ ଚାଲିଛି ରେଡ୍ ।ଏସପିଙ୍କ ନେତୃତ୍ୱରେ ଆଡିସନାଲ ଏସପି, ଡିଏସପି, ଇନ୍ସପେକ୍ଟଟରମାନେ ଚଢାଉ ହେଉଥିବା ୧୫ଟି ସ୍ଥାନରେ ସାମିଲ ହୋଇଛନ୍ତି । ଅନେକ ସ୍ଥାନରେ ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ବର୍ତ୍ତମାନ ଯାଏଁ ଏହି ଚଢାଉରେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା, ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର, ୬ଟି ୪ ଚକିଆ ଗାଡ଼ି, ୫ଟି ମୋଟର ସାଇକେଲ ଜବତ କରିଛି ପୋଲିସ । ଚଢାଉ ଶେଷ ପରେ ପୋଲିସ ସବିଶେଷ ତଥ୍ୟ ଦେବ ବୋଲି ଜଣାପଡିଛି ।
