Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Ceiling Collapse: ନବଜାତକକୁ ଧରି ବସିଥିବା ପ୍ରସୂତିଙ୍କ ଉପରେ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ମା' ଓ ଶିଶୁ

NEWS7 3 days ago
 ଉଦଳା ୫।୮: ଡାକ୍ତରଖାନାରେ ଖସିଲା ଛାତ ସିଲିଂ, ଅଳ୍ପକେ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି । ଉଦଳା ମେଡିକାଲ ପ୍ରସୂତି ବିଭାଗରେ ଅଘଟଣ । ବଡ଼ ଅଘଟଣରୁ ନବଜାତକ ଏବଂ ପ୍ରସୂତି ବର୍ତ୍ତିଯାଇଛନ୍ତି । ଛାତରୁ ପାଣି ଲିକ୍ କରି ସିଲିଂ ଖସି ପଡ଼ିଥିବା କୁହାଯାଉଛି । ଅଚାନକ ଖସିଲା ସିଲିଂ। କୋଳରେ ନବଜାତକ ଧରି ବସିଥିବା ମହିଳାଙ୍କ ପିଠିରେ ପଡିଲା ।
ବଡ଼ ଅଘଟଣରୁ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି । ଉଦଳା ମେଡିକାଲ ପ୍ରସୂତି ବିଭାଗରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର । ପ୍ରସୂତି ବିଭାଗରେ ହୋଇଥିବା ସିଲିଂର କିଛି ଅଂଶ ହଠାତ ଗଳି ପଡିଥିଲା । ସେହି ସମୟରେ ପ୍ରସୂତି ମହିଳା ସଞ୍ଜୁଲତା ପାତ୍ର ନିଜର ନବଜାତକ ଶିଶୁକୁ ଧରି ବେଡ଼ରେ ବସିଥିବା ବେଳେ ସିଲିଂଟି ତାଙ୍କ ପିଠି ଉପରେ ଗଳି ପଡିଥିଲା ।

ହେଲେ ସୌଭାଗ୍ୟ ବଶତଃ ନବଜାତକ ଉପରେ ପଡିନାହିଁ । - ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି : ‘ଚ’ରୁ ଆରମ୍ଭ ବର୍ଣ୍ଣମାଳା, ଦେଶଭକ୍ତି ଗୀତରେ ବି ଭୁଲ୍ ଏହା ସହିତ ଅନ୍ୟ ଜଣେ ପ୍ରସୂତିଙ୍କ ସ୍ୱାମୀ ସେହି ସମୟରେ ୱାର୍ଡ ଭିତରେ ଯାଉଥିବା ବେଳେ ତାଙ୍କ ଉପରେ ମଧ୍ୟ ପଡିଥିଲା । ସିଲିଂ ସହିତ ପାଣି ମଧ୍ୟ ପଡିଥିଲା, ଯାହାକି ଛାତରୁ ପାଣି ଖସି ସିଲିଂ ନଷ୍ଟ ହୋଇଥିବାରୁ ଗଳି ପଡ଼ିଥିବା କୁହାଯାଉଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7