Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଚାକିରି କ୍ଷେତ୍ରରେ ବଢୁଛି AIର ନିର୍ଯାତନା, ଦିନକୁ ୯୮୫ କର୍ମଚାରୀ ଛଟେଇ !

NEWS7 1 week ago
 ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତା ବା AI ଏବେ ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିର ଚିତ୍ର ବଦଳାଇ ଦେଇଛି । ଗୋଟିଏ ପଟେ AI କମ୍ପାନୀଗୁଡ଼ିକର ଉତ୍ପାଦନ କ୍ଷମତା ବଢ଼ାଉଥିବା ବେଳେ, ଅନ୍ୟପଟେ ହଜାର ହଜାର କର୍ମଚାରୀଙ୍କ ଚାକିରି ଉପରେ ସଙ୍କଟ ସୃଷ୍ଟି କରିଛି। ସମଗ୍ର ବିଶ୍ୱର ଟେକ୍ ଇଣ୍ଡଷ୍ଟ୍ରିକୁ ନିଜ କବ୍ଜାକୁ ନେବାକୁ ବସିଲାଣି AI ।
ନୂଆ ରିପୋର୍ଟ ଅନୁସାରେ, ବିଶ୍ୱର ଟେକ୍ ସେକ୍ଟରରେ ପ୍ରତିଦିନ ହାରାହାରି ୯୮୫ ଜଣ କର୍ମଚାରୀ ଚାକିରି ହରାଉଛନ୍ତି। ତେବେ AIର ଏହି ପ୍ରଭାବ ଭାରତର IT ଇଣ୍ଡଷ୍ଟ୍ରି ଉପରେ କେତେ ପଡ଼ିଛି ଆସନ୍ତୁ ଜାଣିବା । ବର୍ତ୍ତମାନ ଚାକିରି କ୍ଷେତ୍ରରେ AI ଯେତିକି ସୁଯୋଗ ସୃଷ୍ଟି କରୁଛି, ସେତିକି ଚ୍ୟାଲେଞ୍ଜ ମଧ୍ୟ ଆଣୁଛି । ଟେକ୍ କମ୍ପାନୀଗୁଡ଼ିକ ଏବେ ବିଭିନ୍ନ କାର୍ଯ୍ୟ ପାଇଁ AIକୁ ବ୍ୟବହାର କରୁଛନ୍ତି ।

ଫଳରେ ଅନେକ କାମ, ଯାହା ପୂର୍ବରୁ କର୍ମଚାରୀମାନେ କରୁଥିଲେ, ତାହା ଏବେ AI ଦ୍ୱାରା ସମ୍ପନ୍ନ ହେଉଛି । ତଥ୍ୟ ଅନୁସାରେ, ୨୦୨୫ ମସିହାରେ ବିଶ୍ୱର ଟେକ୍ ସେକ୍ଟରରେ ତିନି ଲକ୍ଷରୁ ଅଧିକ କର୍ମଚାରୀ ନିଜ ଚାକିରି ହରାଇଛନ୍ତି । ହାରାହାରି ଭାବେ ଦେଖିଲେ ପ୍ରତିଦିନ ପ୍ରାୟ ୯୮୫ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଉଛି। ଗୁଗୁଲ, ମାଇକ୍ରୋସଫ୍ଟ, ଇଣ୍ଟେଲ୍, ସିସ୍କୋ, ଆଇବିଏମ୍ ଏବଂ ଅନ୍ୟାନ୍ୟ ବଡ଼ ଟେକ୍ କମ୍ପାନୀ ଗତ କିଛି ମାସ ମଧ୍ୟରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି।

କମ୍ପାନୀଗୁଡ଼ିକର କହିବା ହେଉଛି, AIର ବ୍ୟବହାର ବଢ଼ିବା ସହ କାମର ପ୍ରକୃତି ବଦଳୁଛି ଏବଂ ଖର୍ଚ୍ଚ କମାଇବା ପାଇଁ କର୍ମଚାରୀ ସଂଖ୍ୟା ହ୍ରାସ କରାଯାଉଛି । ଭାରତ ଉପରେ କ'ଣ ରହିଛି ପ୍ରଭାବ ? ବିଶ୍ୱର IT ସେବା କ୍ଷେତ୍ରରେ ଭାରତର ବଡ଼ ଭୂମିକା ରହିଛି । TCS , ଇନଫୋସିସ୍, ୱିପ୍ରୋ, HCL Tech ଓ ଟେକ୍ ମହିନ୍ଦ୍ରା ଭଳି ବଡ଼ ବଡ଼ କମ୍ପାନୀ AI ଉପରେ ବ୍ୟାପକ ନିବେଶ କରୁଛନ୍ତି।

ଏହା ସହ କର୍ମଚାରୀଙ୍କୁ AI ଓ ନୂଆ ଡିଜିଟାଲ୍ ସ୍କିଲ୍ ଶିଖିବାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁ କର୍ମଚାରୀମାନେ କେବଳ ସାଧାରଣ କୋଡିଂ କିମ୍ବା ପୁନରାବୃତ୍ତି ହେଉଥିବା କାମ କରୁଛନ୍ତି, ସେମାନଙ୍କ ଚାକିରି ଉପରେ AIର ପ୍ରଭାବ ଅଧିକ ପଡ଼ିପାରେ। କିନ୍ତୁ AI, ସାଇବର ସିକ୍ୟୁରିଟି, ଡାଟା ସାଇନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ ଓ ମେସିନ୍ ଲର୍ଣ୍ଣିଂ ଭଳି କ୍ଷେତ୍ରରେ ନୂଆ ଚାକିରି ସୁଯୋଗ ମଧ୍ୟ ବଢ଼ୁଛି। ଭାରତୀୟ IT କମ୍ପାନୀମାନେ କହିଛନ୍ତି ଯେ, AI ଚାକିରିକୁ ସମ୍ପୂର୍ଣ୍ଣ ଶେଷ କରିବ ନାହିଁ ବରଂ କାମର ମାଧ୍ୟମକୁ ବଦଳାଇବ । ଯେଉଁମାନେ ସମୟ ସହ ନୂଆ ସ୍କିଲ୍ ଶିଖିବେ, ସେମାନଙ୍କ ପାଇଁ ଆଗାମୀ ଦିନରେ AI କ୍ଷେତ୍ରରେ ବହୁତ ଭଲ ସୁଯୋଗ ମିଳିବ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7