Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଚଳନ୍ତା ଟ୍ରେନରେ କନ୍ୟା ସନ୍ତାନ ଜନ୍ମ, ୩୦ ମିନିଟ୍ ଅଟକିଲା ଟ୍ରେନ୍

NEWS7 1 hr ago
 ମୁନିଗୁଡ଼ା: ଚଳନ୍ତା ଟ୍ରେନରେ କନ୍ୟା ସନ୍ତାନ ଜନ୍ମ ଦେଲେ ଜଣେ ମହିଳା । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଷ୍ଟେସନରୁ ଟ୍ରେନ୍ ଛାଡ଼ିବାର କିଛି ସମୟ ପରେ ଆଲପ୍ପୁଜା –ଧାନବାଦ ଟ୍ରେନରେ ଘଟିଛି ଏହି ଘଟଣା । ତେବେ ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି । ମହିଳା ଜଣକ ଚେନ୍ନାଇରୁ ନିଜ ଘର ବିହାର ଅଭିମୁଖେ ଯାତ୍ରା କରୁଥିବା ବେଳେ ମୁନିଗୁଡ଼ା ଷ୍ଟେସନରୁ ଟ୍ରେନ୍ ଛାଡ଼ିବାର କିଛି ସମୟ ପରେ ହଠାତ୍ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା ।
ଆଉ କିଛି ସମୟ ପରେ ଚଳନ୍ତା ଟ୍ରେନ୍ରେ ହିଁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଘଟଣା ପରେ ଟ୍ରେନଟି ଅମ୍ବାଦଳା ଷ୍ଟେସନରେ ୩୦ ମିନିଟ୍ରୁ ଅଧିକ ସମୟ ଅଟକିଥିଲା । ଷ୍ଟେସନ୍ ମାଷ୍ଟରଙ୍କ ପକ୍ଷରୁ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ପରେ ମା’ ଓ ନବଜାତ ଶିଶୁଙ୍କୁ ଅମ୍ବାଦଳା ମେଡିକାଲ ଭର୍ତ୍ତି କରାଯାଇଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7