କଟକ ୩୦।୫: ବସ୍ ଭଡା ନବଢିଲେ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଚେତାବନୀ । ଡିଜେଲ ସହ ବସ୍ ବ୍ୟବସାୟରେ ଆନୁସଙ୍ଗୀକ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି । ଏହାସହ ବୀମା ଓ ଟିକସ ମଧ୍ୟ ବଢିଛି । ଏଭଳି ପରିସ୍ଥିତିରେ ସର୍ବନିମ୍ନ ବସ୍ ଭଡା ବୃଦ୍ଧି ନହେଲେ ଯାତ୍ରୀ ପରିବହନ ବ୍ୟବସାୟ କରିବା ଅସମ୍ଭବ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।ମାତ୍ର ଗତ ୧୦ ବର୍ଷ ହେବ ଅଟୋମେଟିକ ମେକାନିଜିମରେ ସେ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ । ତେଣୁ ଡିଜେଲ ଦର ବୃଦ୍ଧି ସହ ଯାତ୍ରୀ ପରିବହନରେ ଆନୁସଙ୍ଗୀକ ଜିନିଷର ଦର ବୃଦ୍ଧିକୁ ନେଇ ବସ୍ ଭଡା ବଢାଇବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ୧୦ ଦିନ ଭିତରେ କୌଣସି ନିଷ୍ପତ୍ତି ନନିଅନ୍ତି, ତେବେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରିବା ପାଇଁ ସଙ୍ଘ ବାଧ୍ୟ ହେବ ବୋଲି କହିଛି ।
- Deadly Love Triangle : ତ୍ରିକୋଣୀୟ ପ୍ରେମରୁ ସଂଘବଦ୍ଧ ହତ୍ୟା, ପିଲାଦିନର ବନ୍ଧୁ ହିଁ ମାଷ୍ଟରମାଇଣ୍ଡ ଯଦି ସରକାର ବସ୍ ମାଲିକ ସଂଘ ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଜୁନ୍ ୧୭ ତାରିଖରୁ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ହେବାର ଆଶଙ୍କା ରହିଛି । ସେପଟେ ରାଜ୍ୟ ସରକାର କେବଳ ଯଦି ଡିଜେଲ ଉପରୁ ଭାଟ୍ ବା ଭ୍ୟାଲୁ ଆଡେଡ୍ ଟିକସ ଛାଡ କରିଦିଅନ୍ତି, ତେବେ ବସ୍ ଧର୍ମଘଟ ହେବ ନାହିଁ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏବେ ରାଜ୍ୟ ସରକାର ଡିଜେଲ ଉପରେ ୧୨ରୁ ୧୮ପ୍ରତିଶତ ଭାଟ୍ ନେଉଛନ୍ତି । ଉଲ୍ଲେଖଯଗ୍ୟ ଯେ, ଏବେ ସାଧାରଣ ଘରୋଇ ବସ୍ରେ ସର୍ବନିମ୍ନ କିଲୋମିଟର ପିଛା ଭଡା ୯୦ପଇସା ଥିବା ବେଳେ, କିଲୋମିଟର ପିଛା ସର୍ବାଧିକ ଭଡା ୨ଟଙ୍କା ୪୭ପଇସା ରହିଛି ।
