ଭୁବନେଶ୍ୱର : ଆଜିକାଲି ଦ୍ରୁତ ଗତିରେ ବଦଳୁଥିବା ଏହି ଦୁନିଆରେ ପ୍ରତିଯୋଗିତା ମଧ୍ୟ ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ, ନିଜ ଇଚ୍ଛା ମୁତାବକ ଚାକିରି ପାଇବା ପାଇଁ ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଛି । ଆଉ ଏହି ପ୍ରତିଯୋଗିତାମୂଳକ ଯୁଗରେ, ଯଦି କୌଣସି କମ୍ପାନୀ ଆପଣଙ୍କୁ କେବଳ ପକୋଡା ଖାଇବା ପାଇଁ ୧ଲକ୍ଷ ଟଙ୍କା ଦରମା ପ୍ରଦାନ କରେ, ତେବେ ଆପଣ କ'ଣ କରିବେ, ଆପଣ ତୁରନ୍ତ ଚାକିରୀ ଆବେଦନ କରିବେ।କମ୍ପାନୀ ବାହାର କରିଛି ଭାକାନ୍ସି । ଏହାସହ ଜବ୍ ର ଡିଟେଲ୍ସ ମଧ୍ୟ ସେୟାର କରିଛି । ଯେଉଁ ବ୍ୟକ୍ତି ଚାକିରି ପାଇବେ ତାଙ୍କୁ ଚିଫ୍ ଡିପିଂ ଅଫିସର ଭାବେ ମିଳିବ ନିଯୁକ୍ତି । ଏହାସହ ଲକ୍ଷେ ଟଙ୍କାର ଦରମା ଦେବ କମ୍ପାନୀ ।
କମ୍ପାନୀ ଜଣେ ଖାସ୍ ବ୍ୟକ୍ତିଙ୍କୁ ଖୋଜୁଛି । ୟାହାଙ୍କ ପାଖରେ ଖାଦ୍ୟକୁ ଟେଷ୍ଟ୍ କରିବାର ଥିବା ସ୍ୱତନ୍ତ୍ର କଳା ଏବଂ କୌଶଳ । ସେ ଟେଷ୍ଟ୍, ସ୍ୱିଟନେସ୍ ଏବଂ ପରଫେକ୍ଟ୍ ବାଲାନ୍ସ ବିଷୟରେ ଜାଣିପାରୁଥିବା ଆବଶ୍ୟକ ।କେବଳ ଏତିକି ନୁହେଁ ଚିକେନ୍ ଡିପର୍ସ ସହ ଏକ ସସ୍ ମଧ୍ୟ ମାର୍କେଟକୁ ଆଣିବ କମ୍ପାନୀ । ଯାହା ଅନ୍ୟ ସସ୍ ତୁଳନାରେ ରହିବ ୟୁନିକ୍ ଏବଂ ଡିଲିସିୟସ୍ ।
ସବୁଠାରୁ ବଡ କଥା ହେଉଛି ଯେ, ଆପଣ ମଧ୍ୟ ଏହି ଚାକିରି ପାଇଁ ଆପ୍ଲାଏ କରିପାରିବେ । ଯଦି ଆପଣ ଟେଷ୍ଟ୍ କୁ ଜାଣିବାରେ ପରଫେକ୍ଟ ତାହାଲେ ଶୀଘ୍ର କରନ୍ତୁ ଆବେଦନ । ଏଥିପାଇଁ ମେଲ୍ ଆଇଡି ମଧ୍ୟ ରହିଛି । ବାର୍ଡସ୍ ଆଇର ଏଚଆର୍ ଙ୍କୁ ଆପଣ ପଠାଇପାରିବେ ଇମେଲ୍ ।
ଇମେଲରେ ୨୫୦ଟି ଶବ୍ଦ ରହିବା ଦରକାର । ଏହାପରେ ଆରମ୍ଭ ହେବ ପ୍ରକୃତ ଟେଷ୍ଟ୍ । ଏଥିରେ ଆପଣ ନିଜର ଅଭିଜ୍ଞତା ଏବଂ କଳା ବାବଦରେ ଉଲ୍ଲେଖ କରିବେ । ଯଦି କମ୍ପାନୀକୁ ଆପଣଙ୍କ ମେଲ୍ ପସନ୍ଦ ଆସେ ତାହାଲେ ସେ ଆପଣଙ୍କ ସହ ଯୋଗାଯୋଗ କରିବ ଏବଂ ନିଯୁକ୍ତି ମଧ୍ୟ ଦେଇପାରେ ।
