Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଚିକେନ୍ ପାଇଁ ମହାଭାରତ ! ଅଧିକ ପିସ୍ ଖାଇଦେବାରୁ ସାଙ୍ଗକୁ ମାରିଦେଲା ସାଙ୍ଗ

NEWS7 2 weeks ago
 ନୂଆଦିଲ୍ଲୀ: ଭୋଜି ଚାଲିଥିଲା, ସାଙ୍ଗମାନେ ମିଶି ମଦ ପିଉଥିଲେ ଓ ଚିକେନ୍ ତରକାରୀର ମଜା ନେଉଥିଲେ। ହେଲେ କିଏ କେତେ ପିସ୍ ଚିକେନ୍ ଖାଇଲା, ସେଇ ସାମାନ୍ୟ କଥାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଏମିତି ବିବାଦ ଉପୁଜିଲା ଯେ, ଏଥିରେ ଜଣଙ୍କର ଜୀବନ ଚାଲିଗଲା। ସାଙ୍ଗ ହିଁ ସାଜିଲା ରକ୍ତମୁଖା। ଆଉ ନିଜ ସାଙ୍ଗକୁ କଲା ହତ୍ୟା। କର୍ଣ୍ଣାଟକର ବେଲଗାଭି ଜିଲ୍ଲାରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ପୀଲିଭିତ ଜିଲ୍ଲାର କବୀରଗଞ୍ଜ ଗ୍ରାମର ସୀତାରାମ ଏବଂ ଅରୁଣ କୁମାର ନାମକ କର୍ଣ୍ଣାଟକର ମୁଦାଲାଗି ତାଲୁକ ଅନ୍ତର୍ଗତ ହୁନଶ୍ୟାଲ ପିଜି ଗ୍ରାମରେ ଥିବା ପ୍ରିୟା ଷ୍ଟିଲ୍ କମ୍ପାନୀରେ ଏକାଠି କାମ କରୁଥିଲେ। ଗତ ରବିବାର ଛୁଟି ଦିନ ଥିବାରୁ ଅନ୍ୟ କିଛି ଶ୍ରମିକଙ୍କ ସହ ମିଶି ସେମାନେ ରହୁଥିବା ସ୍ଥାନରେ ଏକ ଭୋଜିର ଆୟୋଜନ କରିଥିଲେ। ଭୋଜିରେ ଚିକେନ୍ ସହ ମଦର ମଧ୍ୟ ଆୟୋଜନ ହୋଇଥିଲା। ହେଲେ ପାର୍ଟି ଚାଲିଥିବା ବେଳେ ହଠାତ୍ ଅରୁଣ, ସୀତାରାମଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ସେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଚିକେନ୍ ପିସ୍ ଖାଇଦେଇଛନ୍ତି।

ଯାହାକୁ ନେଇ ପ୍ରଥମେ ଦୁହିଁଙ୍କ ଭିତରେ ବେଶ୍ ପାଟିତୁଣ୍ଡ ହୋଇଥିଲା। ତେବେ ନିଶା ସକ୍ତ ଅବସ୍ଥାରେ ଥିବାରୁ ଅରୁଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ବସିଥିଲେ। କଥା ଏତେ ବଢ଼ିଯାଇଥିଲା ଯେ ପାଖରେ ପଡ଼ିଥିବା ଏକ ଧାରୁଆ ଛୁରୀ ଆଣି ସେ ସୀତାରାମଙ୍କ ଛାତିରେ ଭୁସି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ସୀତାରାମ ସେଠାରେ ହିଁ ଛଟପଟ ହୋଇ ଟଳି ପଡ଼ିଥିଲେ।

ଅପରାଧ ଲୁଚାଇବାକୁ ରଚିଥିଲେ ମିଛ କାହାଣୀ ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଅରୁଣ, ପୋଲିସ ଆଖିରେ ଧୂଳି ଦେବା ପାଇଁ ଏକ ମିଛ ନାଟକ ରଚିଥିଲେ। ସେ ସୀତାରାମଙ୍କ ରକ୍ତାକ୍ତ ଦେହକୁ ଧରି ଗୋକାକ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଡାକ୍ତରଙ୍କୁ କହିଥିଲେ ଯେ କୋଠା ଉପରେ ୱେଲଡିଂ କାମ କରୁଥିବା ବେଳେ ସୀତାରାମ ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ମାତ୍ର ସୀତାରାମଙ୍କ ଛାତିରେ ଥିବା ଗଭୀର ଛୁରୀ ଚିହ୍ନ ଦେଖି ଡାକ୍ତର ଏବଂ ସେଠାରେ ପହଞ୍ଚିଥିବା ଘଟପ୍ରଭା ପୋଲିସର ସନ୍ଦେହ ହୋଇଥିଲା।

ଚଳନ୍ତା ବସ୍ରେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ; ଡ୍ରାଇଭର-କଣ୍ଡକ୍ଟର ଗିରଫ ଘଟଣାର ଗୁରୁତ୍ୱକୁ ଦେଖି ବେଲଗାଭି ଏସପି କେ. ରାମରାଜନଙ୍କ ନିର୍ଦ୍ଦେଶରେ ପୋଲିସ ତୁରନ୍ତ ଅରୁଣଙ୍କୁ ହେପାଜତକୁ ନେଇ କଡ଼ା ଆଭିମୁଖ୍ୟରେ ପଚରାଉଚରା ଆରମ୍ଭ କରିଥିଲା। ତେବେ ପୋଲିସର ଜେରା ବେଳେ ଅଧିକ ସମୟ ମିଛ କହିପାରିନଥିଲେ ଅରୁଣ। ସାମାନ୍ୟ ଚିକେନ୍ ପାଇଁ ରାଗ ଶୁଝାଇବାକୁ ଯାଇ ନିଜ ବନ୍ଧୁଙ୍କୁ ଛୁରୀ ମାରିଥିବା କଥା ସ୍ୱୀକାର କରିଥିଲେ। ପୋଲିସ ବର୍ତ୍ତମାନ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିବା ସହ ଅଭିଯୁକ୍ତ ଅରୁଣଙ୍କୁ ଗିରଫ କରିଛି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7