Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଚିଟ୍‌ଫଣ୍ଡ ମାମଲାରେ ପ୍ରଭାତ ବିଶ୍ବାଳ ନିରାଶ, ସିବିଆଇ ମାମଲା ରଦ୍ଦ ସମ୍ପର୍କିତ ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ

NEWS7 1 week ago
 କଟକ ୨।୭: ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ଫସିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଆଜି ପୁଣି ନିରାଶ ହେବାକୁ ପଡିଛି । ତାଙ୍କ ବିରୋଧରେ ସିବିଆଇ ଦାୟର କରିଥିବା ମାମଲାକୁ ଖାରଜ କରିବା ପାଇଁ ପ୍ରଭାତ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାହା ଖାରଜ ହୋଇଛି । କିନ୍ତୁ ଅନ୍ୟପଟେ ୬ ମାସ ମଧ୍ୟରେ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ସ୍ପେଶାଲ ସିବିଆଇ କୋର୍ଟଙ୍କ ଉଦ୍ଦେଶ୍ୟରେ ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ପ୍ରଭାତ ବିଶ୍ୱାଳ ପୂର୍ବରୁ ମଧ୍ୟ ଏହି ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେତେବେଳେ ହାଇକୋର୍ଟ ସିବିଆଇ କୋର୍ଟକୁ ୧ ବର୍ଷ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେହି ସମୟସୀମା ଅତିକ୍ରମ କରି ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମାମଲାର ବିଚାର ଶେଷ ହୋଇନଥିଲା । ଏହାକୁ ଆଧାର କରି ପ୍ରଭାତ ବିଶ୍ୱାଳ ପୁଣିଥରେ ହାଇକୋର୍ଟରେ ସାନି ଆବେଦନ କରିଥିଲେ ।

- ମାଆ-ପୁଅଙ୍କୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣା : ଆଗୁଆ ଜାମିନ ଆବେଦନ କଲେ ନିଲମ୍ବନ IIC ସନ୍ଧ୍ୟାରାଣୀ ଦାୟର ପିଟିସନରେ ପ୍ରଭାତ ଦର୍ଶାଇଥିଲେ ଯେ, ଦୀର୍ଘ ଦିନ ଧରି ମାମଲାର ଶୁଣାଣି ଶେଷ ହେଉ ନାହିଁ । ତାଙ୍କ ବିରୋଧରେ ସେଭଳି ଠୋସ ପ୍ରମାଣ ନଥିବା କିମ୍ବା ତଦନ୍ତକାରୀ ସଂସ୍ଥା ଅଭିଯୋଗକୁ ପ୍ରମାଣିତ କରିବାରେ ଅସମର୍ଥ । ତେଣୁ ବିଚାରାଧୀନ ମୂଳ ମାମଲାକୁ ରଦ୍ଦ କରାଯାଉ ବୋଲି ସେ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତେବେ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି । ମାମଲା ଖାରଜ କରିବାକୁ ମନା କରିବା ସହ ସିବିଆଇ କୋର୍ଟରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଅନାବଶ୍ୟକ ବିଳମ୍ବ ଓ ବାରମ୍ବାର ତାରିଖ ପ୍ରଦାନକୁ ଏଡ଼ାଇ ୬ ମାସ ମଧ୍ୟରେ ଶୁଣାଣି ସମ୍ପୂର୍ଣ୍ଣ କରିବାକୁ ସିବିଆଇ ସ୍ୱତନ୍ତ୍ର ଅଦାଲତକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7