Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Crime News : ପୁରୀରେ ପୁଣି ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

NEWS7 1 week ago
 ପୁରୀ ୦୧।୦୮ : ପୁରୀରେ ପୁଣି ଗଡ଼ିଲା ମୁଣ୍ଡ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ। ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ଯୁବକ ଜଣକ ହେଲେ ଚନ୍ଦନପୁର ଦାମୋଦରପୁର ମହାରଣା ସାହିର କାଳିଆ ମଲ୍ଲିକ। ଚନ୍ଦନପୁର ଦାମୋଦରପୁର ବଜାରରେ ଘଟିଛି ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ।
ଚନ୍ଦନପୁର ଥାନା ପୋଲିସର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ପୁରୀ ସହରରେ ଅନେକ ହତ୍ୟା ସମ୍ପର୍କିତ ମାମଲା ସାମ୍ନାକୁ ଆସିଛି। ଗତ ଜୁନ୍ ମାସରେ ପୁରୀର ବଳିଆପଣ୍ଡା ଅଞ୍ଚଳରେ ପବିତ୍ର ନାୟକ (୨୫) ନାମକ ଜଣେ ହୋଟେଲ ମାଲିକଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ଗ୍ରାହକ ସେବା ଏବଂ ବ୍ୟବସାୟିକ ବିବାଦକୁ ନେଇ ଓୟୋ ସହ ଜଡ଼ିତ ଚନ୍ଦନ ପଲାର ଓ ତାର ସହଯୋଗୀମାନଙ୍କ ସହ ଝଗଡ଼ା ହୋଇଥିଲା।

ଏହାପରେ ପବିତ୍ରଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପଲାରକୁ ମାତା ମଠ ରୋଡ୍ରେ ଏନକାଉଣ୍ଟର କରି ଗିରଫ କରିଥିଲା -ବ୍ରହ୍ମପୁରରେ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ! ଗୋଳନ୍ଥରାରେ ବୁଲିଲା ଖଣ୍ଡା, ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର ସେହପରି ମାର୍ଚ୍ଚ ୨୦୨୬ରେ ହତ୍ୟାକାଣ୍ଡ ନ ହେଲେ ମଧ୍ୟ ଏକ ବଡ଼ ଅପରାଧିକ ଘଟଣାରେ ମୃତ୍ୟୁଞ୍ଜୟ ଭାରିମଲ ନାମକ ଜଣେ ଯୁବକଙ୍କୁ ଜନଗହଳି ପୂର୍ଣ୍ଣ ବଜାରରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ପୂର୍ବ ଅପରାଧିକ ଶତ୍ରୁତା ଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ବହୁ ଦୂର ଘୋଷାଡ଼ି ନେଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେହି ସମାନ ମାସରେ ପୁରୀରେ ପରକିୟା ପ୍ରୀତିକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା।ଅତିନୃଶଂସ ଭାବେ ଯୁବକକୁ ହାଣି ହତ୍ୟା କରାଯାଇଥିଲା। ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ପେଣ୍ଠକଟା ଧୋବାଖାଲର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ସମୁଦ୍ରକୁଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବିଗତ କିଛି ମାସ ଭିତରେ ପୁରୀ ଭଳି ତୀର୍ଥସ୍ଥାନରେ ଏଭଳି ହିଂସାତ୍ମକ ଘଟଣା ଘଟିବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା। ଅପରାଧିମାନେ ବେଖାତିର ଭାବେ ହିଂସା ଘଟାଉଥିବା ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଥିଲେ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7