ଭୁବନେଶ୍ବର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ଏହି ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ନ୍ୟୁଜ୭ ର ନିରନ୍ତର ପ୍ରୟାସ ‘ଡକ୍ଟର ଙ୍କ ପାଠଶାଳା’। ଦର୍ଶକଙ୍କ ନିରବଚ୍ଛିନ୍ନ ଭଲପାଇବା ଏବଂ ବିଶ୍ୱାସ ବଳରେ ଏହି କାର୍ଯ୍ୟକ୍ରମ ଆଜି ସଫଳତାର ସହ ପୂରଣ କରିଛି ୫୦ ତମ ଏପିସୋଡ୍। ଯାହାକୁ ଏକ ବଡ଼ ଉପଲବ୍ଧି ବୋଲି ଅନୁଭବ କରି ନିଜର ବାର୍ତ୍ତା ରଖିଥିଲେ ଉପସ୍ଥିତ ଅତିଥି ଓ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ।କୃତ୍ରିମ ବୁଦ୍ଧିମତା ଓ ମାନବ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା ପ୍ରତିଦିନ ସାଧାରଣ ଲୋକଙ୍କ ମନରେ ଉଠୁଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦ୍ୱନ୍ଦ୍ୱ, ଜଟିଳ ରୋଗର ଲକ୍ଷଣ ଓ ଏହାର ସରଳ ସମାଧାନ ପାଇଁ ବିଭିନ୍ନ ବିଭାଗର ସୁନାମଧନ୍ୟ ଡାକ୍ତରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଆସୁଛି ‘ଡକ୍ଟର ଙ୍କ ପାଠଶାଳା’। ଆଗକୁ ମଧ୍ୟ ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଜାରି ରହିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ୫୦ ତମ ଏପିସୋଡର ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ପରେ ଦର୍ଶକଙ୍କୁ ଆହୁରି ନୂଆ ଓ ଉପାଦେୟ ସ୍ୱାସ୍ଥ୍ୟ ତଥ୍ୟ ଯୋଗାଇଦେବାକୁ ଚେଷ୍ଟା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛି ସମ୍ପୂର୍ଣ୍ଣ ଟିମ୍ । ଏହି ସ୍ୱତନ୍ତ୍ର ଉତ୍ସବରେ ‘ଡକ୍ଟର ଙ୍କ ପାଠଶାଳା’ରେ ସାମିଲ ହୋଇଥିବା ସମସ୍ତ ଅଭିଜ୍ଞ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା ।
ସେହିଭଳି ପରଦା ପଛରେ ରହି କାର୍ଯକ୍ରମର ସମସ୍ତ କ୍ରିଉ ମେମ୍ବରମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ଉପସ୍ଥିତ ଅତିଥି। ଦର୍ଶକଙ୍କ ଏହି ଅକୁଣ୍ଠ ଭଲପାଇବା ଓ ବିଶ୍ୱାସ ‘ଡକ୍ଟର ଙ୍କ ପାଠଶାଳା’କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଛି । ଆଗାମୀ ଦିନରେ ଆହୁରି ନୂଆ ଓ ଉପାଦେୟ ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ ନେଇ ଆସିବ ନ୍ୟୁଜ୭ ।
