Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦଳରେ ଜାଗା ମିଳିଲାନି, ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଦେଲେ କୃଣାଳ ପାଣ୍ଡ୍ୟା ! କହିଦେଲେ ବହୁତ କିଛି...

NEWS7 3 days ago
 ନୂଆଦିଲ୍ଲୀ, ୦୨/୦୯: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଏଥିରେ ଅନେକ ପୁରୁଣା ଖେଳାଳି କମବ୍ୟାକ୍ କରିଛନ୍ତି । କିନ୍ତୁ କିଛି ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଆଇପିଏଲ ତଥା ଘରୋଇ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ସୁଯୋଗ ମିଳିନି । ଫଳରେ ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିବା ସହ ପରୋକ୍ଷରେ ବିସିସିଆଇ ଏବଂ ଟିମକୁ କଟାକ୍ଷ କରିଛନ୍ତି ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ।
ପୂର୍ବରୁ ରିପୋର୍ଟ ଆସୁଥିଲା ଯେ, କୃଣାଳ ପାଣ୍ଡ୍ୟା ଦଳକୁ ଫେରିବେ । ଆଫଗାନିସ୍ତାନ ବିପକ୍ଷ ସିରିଜରେ ତାଙ୍କୁ ସ୍ଥାନ ମିଳିବ । କିନ୍ତୁ ତାଙ୍କୁ ନେଇନି ଟିମ୍ । ଅକ୍ଷର ପଟେଲ ଏବଂ ଓ୍ୱାଶିଂଟନ ସୁନ୍ଦରଙ୍କ ଭଳି ଅଲରାଉଣ୍ଡର ସୁଯୋଗ ପାଇଛନ୍ତି ।

ବରୁଣ ଚକ୍ରବର୍ତ୍ତୀ ଏବଂ ରବି ବିଷ୍ଣୋଇଙ୍କୁ ସ୍ପେସାଲିଷ୍ଟ୍ ବୋଲର ଭାବେ ସୁଯୋଗ ମିଳିଛି । Janmashtami: ଜନ୍ମାଷ୍ଟମୀରେ ଦୁର୍ଲଭ ସଂଯୋଗ, ଏହି ୫ ରାଶି ଉପରେ ରହିବ କୃଷ୍ଣଙ୍କ କୃପା ଦଳ ଘୋଷଣା ପରେ କୃଣାଳ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ, ହୋପ୍ ଇଜ୍ ଷ୍ଟିଲ୍ ଆଲିଭ୍ । ଯାହାର ଅର୍ଥ ଏବେବି ଆଶା ରହିଛି ।

ଏହାସହ ସେ ତ୍ରିରଙ୍ଗାର ଏକ ଇମୋଜି ଦେଇଥିଲେ । ଶେଷ ଥର ପାଇଁ ୨୦୨୧ ମସିହାରେ କୃଣାଳଙ୍କୁ ଭାରତୀୟ ଜର୍ସିରେ ଦେଖିବାକୁ ମିଳିଥିଲା । ସେହିପରି ଶେଷ ୫ଟି ମ୍ୟାଚରେ ସେ ୧୩୦ ରନ୍ କରିଥିଲେ । ଯେଉଁଥିରେ ତାଙ୍କ ଆଭରେଜ୍ ଥିଲା ୬୫.୦୦ ।

ଏହାସହ ସେ ୧୦୧ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଥିଲେ । ଦୁଇଟି ଓ୍ୱିକେଟ୍ ମଧ୍ୟ ସେ ନେଇଥିଲେ । ଟି୨୦ ଫର୍ମାଟରେ ସେ ୧୯ ଥର ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି । ମୋଟ୍ ୧୨୪ ରନ୍ କରିଥିବା ବେଳେ ତାଙ୍କର ଆଭରେଜ୍ ରହିଛି ୨୪.୮୦ ।

ଆହୁରି ମଧ୍ୟ ୧୫ଟି ଓ୍ୱିକେଟ୍ ମଧ୍ୟ ନେଇଛନ୍ତି । ଗତ ଆଇପିଏଲରେ ସେ ବେଙ୍ଗାଲୁରୁ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ । ୨୨୬ ରନ୍ କରିବା ସହ ୧୪ଟି ଓ୍ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ଫଳରେ ଦଳରେ ତାଙ୍କୁ ସ୍ଥାନ ମିଳିବ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ପୁଣି ତାଙ୍କୁ ନିରାଶ ହେବାକୁ ପଡିଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7