Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦର୍ଶକଙ୍କ ହାତ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ ! ଯନ୍ତ୍ରଣାରେ ଛଟପଟ ହୋଇଗଲେ ଯୁବକ, ଦେଖନ୍ତୁ ଭିଡିଓ

NEWS7 2 weeks ago
 ନୂଆଦିଲ୍ଲୀ,୦୫|୦୭:ଡେବ୍ୟୁ କରିଛନ୍ତି ବୈଭବ । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଆରମ୍ଭ କରିଛନ୍ତି ଇନିଂସ । ସର୍ବକନିଷ୍ଠ ବ୍ୟାଟର ଭାବେ ସେ ଭାରତ ପାଇଁ ଖେଳିଛନ୍ତି ମୁକାବିଲା । ସଚିନ ତେନ୍ଦୁଲକରଙ୍କ ରେକର୍ଡ ବି ଭାଙ୍ଗିଛନ୍ତି । କିନ୍ତୁ ନିଜର ପ୍ରଥମ ମୁକାବିଲାରେ ସେ ଫ୍ୟାନ୍ସଙ୍କୁ ଦେଇଛନ୍ତି କଷ୍ଟ ଏବଂ ଯନ୍ତ୍ରଣା । ରିପୋର୍ଟ ଅନୁସାରେ, ଶନିବାର ଦ୍ୱିତୀୟ ଟି୨୦ରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଇଂଲଣ୍ଡ ।
ସମସ୍ତଙ୍କ ନଜର ଥିଲା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । କାରଣ ତାଙ୍କୁ ଖେଳାଇବା ନେଇ ଖୁବ୍ ଚାପ ପଡୁଥିଲା । ହେଲେ ସେ ନିରାଶ କରିଥିଲେ । ତଥାପି ଲଗାଇଥିଲେ ଦୁଇଟି ବିଶାଳ ଛକା ।

ଯାହା ଆଶା କରାଯାଉଥିଲା ସେୟା ହିଁ ହେଲା । ନିଜ ଅନ୍ଦାଜରେ ଇନିଂସ ଆରମ୍ଭ କରିଥିଲେ ବୈଭବ । ଇଂଲିଶ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ବଲରେ ବୈଭବ ଛକା ମାରିଥିଲେ । ଜୋଫ୍ରା ବଲକୁ ବୈଭବଙ୍କ ଗୋଡ ପାଖକୁ ପକାଇଥିଲେ ।

ସେ ଏହାକୁ ଫ୍ଲିକ୍ ସଟ୍ ଖେଳିଥିଲେ । VAIBHAV SURYAVANSHI AGAINST TOP BOWLERS - First ball six against Jasprit Bumrah in IPL - First ball six against Jofra Archer in T20I Cricket Vaibhav Sooryavanshi is special and has a knack for smashing top bowlers of this era pic.twitter.com/RwKrwdr0UF — Ajay Jadeja (@AjayJadeja171) July 4, 2026 ତେବେ ବଲଟି ସିଧା ଯାଇ ଡିପ୍ ଫାଇନ୍ ଲେଗରେ ଦର୍ଶକ ଗ୍ୟାଲେରୀରେ ବସିଥିବା ଜଣେ ଫ୍ୟାନ୍ସଙ୍କ ହାତରେ ବାଜିଥିଲା । ଦୁଇ ଜଣ ଫ୍ୟାନ୍ସ ବଲକୁ ଧରିଲା ବେଳେ ଏହି ଘଟଣା ଘଟିଥିଲା । ବଲ ବାଜିବା ପରେ ଦର୍ଶକ ଜଣଙ୍କ ହାତକୁ ଜୋରରେ ଧରି ପକାଇଥିଲେ ।

ତାଙ୍କୁ ଯନ୍ତ୍ରଣା ମଧ୍ୟ ହେଉଥିଲା । Also Read :- Shreyas Iyer: ଲଗାତର ୩ଟା ମ୍ୟାଚ ହାରିବା ପରେ ଶ୍ରେୟସଙ୍କ କ୍ୟାପ୍ଟେନ୍ସି ଉପରେ ଉଠିଲା ପ୍ରଶ୍ନ... ତେବେ ବୈଭବଙ୍କ ଇନିଂସ ବେଶି ସମୟ ତିଷ୍ଠି ନଥିଲା । ଓ୍ୱିଲ୍ ଜାକ୍ସଙ୍କ ଏକ ବଲରେ ସେ ବଡ ସଟ୍ ଖେଳିବାକୁ କ୍ରିଜ୍ ବାହାରକୁ ଚାଲିଯାଇଥିଲେ । ଫଳରେ ସେ ଷ୍ଟମ୍ପ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7