ନୂଆଦିଲ୍ଲୀ: ଦେଶର ୩୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୨୭ ପ୍ରଦେଶ ବିପର୍ଯ୍ୟୟ ଦୃଷ୍ଟିରୁ ଅତ୍ୟଧିକ ସମ୍ୱେଦନଶୀଳ କିମ୍ୱା ବିପଜ୍ଜନକ ସ୍ଥିତିରେ ରହିଛି । ହିମନଦୀ ହ୍ରଦ ଫାଟିବା ଦ୍ୱାର ହେବାକୁ ଥିବା ବନ୍ୟା (ଜିଏଲଓଏଫ୍) ସ୍ଥିତିରେ ବିପଦର ଆକଳନ କରିବା ପ୍ରଯୁକ୍ତି ବିକଶିତ ହୋଇସାରିଛି, କିନ୍ତୁ ଏହାଠୁ ସୁରକ୍ଷା ଏବେ ବି ସବୁଠୁ ବଡ଼ ଆହ୍ୱାନ ହୋଇରହିଛି ।ରିପୋର୍ଟ ଅନୁସାରେ ଦେଶରେ ୨୫ରୁ ଅଧିକ ଗ୍ଲାସିୟର ହ୍ରଦ ସମ୍ୱେଦନଶୀଳ ସ୍ଥିତିରେ ଅଛି ଏବଂ ହିମାଳୟର ୪୦୦ରୁ ଅଧିକ ଗ୍ଲାସିୟର ହ୍ରଦ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ତିବ୍ବତ ସଂଲଗ୍ନ ନେପାଳର ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀରେ ହଠାତ୍ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ପ୍ରଚୁର ଧନଜୀବନ ହାନି ହୋଇଛି । ନେପାଳର ଉତ୍ତର ଭାଗରେ ଚୀନ୍-ତିବ୍ବତ ସୀମାରୁ ବାହାରିଥିବା ଭୋଟେକୋଶୀ ନଦୀକୁ ଏକ ହିମାଳୟୀ ନଦୀ ବୋଲି କୁହାଯାଏ । ନେପାଳର ଏହି ଭୟଙ୍କର ବିପର୍ଯ୍ୟୟ ପଛରେ ହିମବାହ ହ୍ରଦ ଫାଟିବା ମୁଖ୍ୟ କାରଣ ବୋଲି କୁହାଯାଉଛି ।
ଦେଶର ଅନେକ ଭାଗରେ ବାରମ୍ବାର ଆସୁଥିବା ବନ୍ୟା ସମସ୍ୟା ଏହି କାରଣରୁ ଗମ୍ଭୀର ହୋଇପଡ଼ୁଛି, କାରଣ ବନ୍ୟା ପ୍ଲାବିତ ଅଞ୍ଚଳରେ ଜବରଦଖଲ ହୋଇସାରିଛି । ନଦୀ ଶଯ୍ୟାରେ ଅନିୟନ୍ତ୍ରିତ କାର୍ଯ୍ୟକଳାପ ଜାରି ରହିଛି ଏବଂ ନଦୀ ବେସିନ୍ ଯୋଜନାର ଅଭାବ ରହିଛି । ଏହାଯୋଗୁଁ ଯେତେବେଳେ ବନ୍ୟା ଆସେ, ସେତେବେଳେ ଭୟଙ୍କର କ୍ଷତି ହୁଏ । ଯଦି ଏହା ଉପରେ ଗାମ୍ଭୀରତା ସହ କାମ କରାଯାଏ, ତେବେ ଜନ, ଧନ ଏବଂ ସମ୍ପତ୍ତିର କ୍ଷତିକୁ ଏଡ଼ାଯାଇପାରିବ ।
ବିପର୍ଯ୍ୟୟ ପରିଚାଳନା ଉପରେ ଡଃ ରାଧା ମୋହନଦାସ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ମନ୍ତ୍ରଣାଳୟର ସଂସଦୀୟ କମିଟିର ୨୬୧ତମ ରିପୋର୍ଟରେ ଏହି କଥା କୁହାଯାଇଛି । କେନ୍ଦ୍ରୀୟ ଜଳ ଆୟୋଗ ରିମୋଟ୍ ସେନ୍ସିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହିମବାହ ହ୍ରଦଗୁଡ଼ିକର ନିରୀକ୍ଷଣ କ୍ଷେତ୍ରରେ ନିଜର ଆଭ୍ୟନ୍ତରୀଣ କ୍ଷମତା ବିକଶିତ କରିଛି । ଏହା ହିମବାହ ହ୍ରଦ ଫାଟିବା (GLOF) ସ୍ଥିତିରେ ବିପଦର ଆକଳନ କରିବାରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହିପରି ମାନଚିତ୍ରଗୁଡ଼ିକୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଅନୁଷ୍ଠାନ ଏବଂ ସାର୍ବଜନୀନ ଉଦ୍ୟୋଗଗୁଡ଼ିକ ସହିତ ସେୟାର କରାଯାଉଛି ।
ନେପାଳରେ ତାଣ୍ଡବ ରଚିବ ଆଉ ଏକ Flash Flood ! ଚୀନ୍ର ଚେତାବନୀକୁ ନେଇ ବଢ଼ିଲା ଭୟ କେନ୍ଦ୍ରୀୟ ଜଳ ଆଯୋଗ ପ୍ରତିମାସରେ ନିରୀକ୍ଷଣ ରିପୋର୍ଟ ପ୍ରସ୍ତୁତ କରେ । ଏହା ମାଧ୍ୟମରେ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ହିମବାହ ହ୍ରଦଗୁଡ଼ିକର ନିରୀକ୍ଷଣ ସମ୍ବନ୍ଧୀୟ ପରାମର୍ଶ ଦିଆଯାଇଥାଏ । ଭାରତୀୟ ହିମାଳୟରେ ଅବସ୍ଥିତ ହିମବାହ ହ୍ରଦଗୁଡ଼ିକର ବିପଦ ଆକଳନ ପାଇଁ ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଛି ।
ଯେଉଁ ହ୍ରଦଗୁଡ଼ିକ ଅଧିକ ସମ୍ବେଦନଶୀଳ, ସେଗୁଡ଼ିକୁ ଚିହ୍ନଟ କରି ବିପଦ ଆଧାରରେ ବର୍ଗୀକୃତ କରାଯାଉଛି । ଦେଶରେ ବିପର୍ଯ୍ୟୟର ବିପଦ ସ୍ଥିତି ୭୫୧୬ କିଲୋମିଟର ଦୀର୍ଘ ଉପକୂଳ ମଧ୍ୟରୁ ପ୍ରାୟ ୫୭୦୦ କିଲୋମିଟର ଉପକୂଳ ବାତ୍ୟା ଏବଂ ସୁନାମି ବିପଦ ମୁହଁରେ ରହିଛି । କୃଷି ଉପଯୋଗୀ ଜମିର ପ୍ରାୟ ୬୮ ପ୍ରତିଶତ ଭାଗ ମରୁଡ଼ି ପ୍ରବଣ । ପାହାଡ଼ିଆ ଅଞ୍ଚଳଗୁଡ଼ିକ ଭୂସ୍କଳନ ଏବଂ ହିମସ୍କଳନ ବିପଦରେ ରହିଛନ୍ତି । ଏଥିମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଭୂଭାଗ ଭୂସ୍କଳନ ବିପଦ କ୍ଷେତ୍ରରେ ଆସେ । ୫୧୬୧ଟି ସହରାଞ୍ଚଳ ପୌର ସଂସ୍ଥା ବନ୍ୟା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ।
