Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଦଳିଲା 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଗାଇଡଲାଇନ୍

NEWS7 2 weeks ago
 ଭୁବନେଶ୍ୱର: ଓଡ଼ିଶାର ଦିବ୍ୟାଙ୍ଗ ଏବଂ ସେମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଯୋଜନାର ଗାଇଡଲାଇନରେ ବ୍ୟାପକ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ଅଧିକରୁ ଅଧିକ ଭିନ୍ନକ୍ଷମ ପରିବାର ଏବେ ସରକାରୀ ସହାୟକ ଉପକରଣ ଏବଂ ଶିକ୍ଷାବୃତ୍ତିର ସିଧାସଳଖ ଫାଇଦା ପାଇପାରିବେ।
ପୂର୍ବରୁ କେବଳ ବାର୍ଷିକ ୨.୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରକୁ ହିଁ ମାଗଣା ସୁବିଧା ମିଳୁଥିଲା। କିନ୍ତୁ ଏବେ ଏହି ଆୟ ସୀମାକୁ ସରକାର ବୃଦ୍ଧି କରିଛନ୍ତି। ଯେଉଁ ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେହି ପରିବାରର ଦିବ୍ୟାଙ୍ଗମାନଙ୍କୁ ସମ୍ପୂର୍ଣ୍ଣମାଗଣାରେସହାୟକ ଉପକରଣ ଓ ଶିକ୍ଷାବୃତ୍ତି ଯୋଗାଇ ଦିଆଯିବ। ଏହି ଆୟବର୍ଗ ଭିତରେ ଥିବା ପରିବାରକୁ ଉପକରଣର ମୋଟ ମୂଲ୍ୟର ମାତ୍ର୨୫ ପ୍ରତିଶତଅର୍ଥ ଦେବାକୁ ପଡ଼ିବ।

୧୦ ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ପରିବାରଗୁଡ଼ିକୁ ମୋଟ ଖର୍ଚ୍ଚର୫୦ ପ୍ରତିଶତଦେବାକୁ ହେବ। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୨୨ ଜିଲ୍ଲା, କାହାକୁ ମିଳିବ କେତେ କ୍ଷତିପୂରଣ ? ଦଶମ ଶ୍ରେଣୀ ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ କିମ୍ବା ଭିନ୍ନକ୍ଷମମାନଙ୍କ ସନ୍ତାନଙ୍କ ପାଇଁ ଶିକ୍ଷାବୃତ୍ତି ନିୟମକୁ ମଧ୍ୟ କୋହଳ କରାଯାଇଛି। ପୂର୍ବରୁ ୨.୪୦ ଲକ୍ଷ ଟଙ୍କା ବାର୍ଷିକ ଆୟ ସୀମା ଥିବା ବେଳେ, ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ପିଲାମାନେ ଏହି ଶିକ୍ଷାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ। ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ପରିବାର ଆର୍ଥିକ ସହାୟତା ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7