ଉଦଳା ୦୪।୦୭ : ଡିଏନଏ ରିପୋର୍ଟରୁ ଖୋଲିଲା ହତ୍ୟା ରହସ୍ୟ। ଅଢେଇ ବର୍ଷ ତଳେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ୩ ଅଭିଯୁକ୍ତ। ଅଢେଇ ବର୍ଷ ଧରି ଅଜଣା ମୃତଦେହର ପରିଚୟ ମିଳିବା ପରେ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ। ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ଭାବେ ହତ୍ୟା କରିବା ସହିତ ସବୁ ପ୍ରମାଣ ନଷ୍ଟ କରିଦେଇଥିଲେ ଅଭିଯୁକ୍ତ।-୭ ଦିନ ହେବ ନିଖୋଜ ଥିଲେ ସ୍ୱାମୀ-ସ୍ତ୍ରୀ, ଏବେ ଗାଁ କୂଅରୁ ମିଳିଲା ଉଭୟଙ୍କ ମୃତଦେହ ତେବେ ଘଟଣାର ୩ ମାସ ପରେ ଏହି ମୃତଦେହ ଉଦ୍ଧାର ଘଟଣା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। କ୍ରାଇମବ୍ରାଞ୍ଚ ମଧ୍ୟ ସବୁ ଦିଗରୁ ତଦନ୍ତ କରି ଥକି ପଡ଼ିଥିବା ବେଳେ ଅଚାନକ ଗତ ଜୁନ ୧୭ ତାରିଖରେ ଶୁଖୁଆସାହି ଗାଁର ଯୁବରାଜ ସିଂ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପୁଅ ବିଶ୍ଵନାଥ ସିଂ । ଏହା ପରେ କ୍ରାଇମବ୍ରାଞ୍ଚ ତାଙ୍କ ଡିଏନଏ ନେଇ ପରୀକ୍ଷା କରାଇବା ପରେ ଶେଷରେ ଖୋଲିଗଲା ସବୁ ରହସ୍ୟ। ଯୁବରାଜ ସିଂ ଙ୍କୁ ଗୁଣି ଗାରେଡି ପାଇଁ ବଣସାହି ଗାଁର ସାନଗୌର ମୋହନ ସିଂ, ନରହରି ସିଂ ଏବଂ ଜଣେ ନାବାଳକ ମିଶି ବେକ ଚିପି ହତ୍ୟା କରିଥିଲେ। ହତ୍ୟା କରିବା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଅଖାରେ ପୂରାଇ ୫ ଗୋଟି ପଥର ବାନ୍ଧି କୂଅରେ ପକାଇ ଦେଇଥିଲେ। କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
