ନୀଳଗିରି ୦୩।୦୫ : ଦୁଃଖଦ ଖବର । ବାଲେଶ୍ବର ରେମୁଣା ବ୍ଲକ ଭୂଇଁପଡ଼ା ଗାଁରୁ ଆସିଛି ଦୁଃଖଦ ଖବର। ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ଦୁଇ ସମ୍ପକୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭୂଇଁପଡା ଗାଁର ସଞ୍ଜୟ ମଲ୍ଲିକଙ୍କ ୧୦ ବର୍ଷୀୟ ଝିଅ ଅନ୍ନପୂର୍ଣ୍ଣା ଏବଂ ସୁଜିତ ମଲ୍ଲିକଙ୍କ ୧୦ ବର୍ଷୀୟ ଝିଅ ଅନ୍ୟସା। ଖବର ଅନୁଯାୟୀ, ଭୁଇଁପଡ଼ା ଗାଁରେ ସଞ୍ଜୟ ମଲ୍ଲିକ ଏବଂ ସୁଜିତ ମଲ୍ଲିକଙ୍କ ଝିଅ ପୋଖରୀରୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ଦୁଇ ଭଉଣୀ ପାଣିରେ ବୁଡ଼ି ଯାଇଥିଲେ । ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରଥିଲା ବହୁ ବିଳମ୍ବ ।
ମେଡିକାଲରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । -Bhadrak News : ଫିଲ୍ମ ଷ୍ଟାଇଲରେ କିଡ୍ନାପ୍, ଗୋଡାଇ ଗୋଡାଇ ଧରିଲା ପୋଲିସ ସେପଟେ ମୃତ୍ୟୁ ଖବର ପାଇ ପୁରା ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ । ଉଭୟ ମେଡିକାଲ ଏବଂ ଘରେ ପରିବାର ପକ୍ଷରୁ କାନ୍ଦବୋବାଳିରେ ଫାଟି ପଡୁଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।