Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦୁନିଆର ସବୁଠୁ ବଡ଼ ଫ୍ୟାସନ ଇଭେଣ୍ଟରେ ଯୋଗଦେଇପାରିବେନି ଏହି ସେଲିବ୍ରିଟି, ବ୍ୟାନ୍ ଲଗାଇଛନ୍ତି ଆୟୋଜକ

NEWS7 2 weeks ago
 ନୂଆଦିଲ୍ଲୀ: ଦୁନିଆର ସବୁଠୁ ଚର୍ଚ୍ଚିତ ଫ୍ୟାସନ୍ ଇଭେଣ୍ଟ ମେଟ୍ ଗାଲା ଉପରେ ସମସ୍ତଙ୍କ ନଜର ରହିଥାଏ। ହଲିଉଡରୁ ନେଇ ବଲିଉଡ୍ ଏହି ଇଭେଣ୍ଟରେ ଅନେକ ବଡ଼ ସେଲିବ୍ରିଟି ସାମିଲ ହୋଇଥାନ୍ତି। ଏହା ବାଦ୍ ଅନେକ ରାଜନେତା, ଉଦ୍ୟୋଗପତିଙ୍କୁ ମଧ୍ୟ ଏହି ଇଭେଣ୍ଟକୁ ଆମନ୍ତ୍ରଣ କରାଯାଇଥାଏ। ହେଲେ କିଛି ଏଭଳି ସେଲିବ୍ରିଟି ଏବଂ ନେତା ଅଛନ୍ତି ଯେଉଁମାନଙ୍କୁ ମେଟ ଗାଲାରୁ ବ୍ୟାନ କରାଯାଇଛି।
ଅର୍ଥାତ ଏହି ସେଲିବ୍ରିଟିଙ୍କୁ ଏହି ଇଭେଣ୍ଟରେ ସାମିଲ ହେବାକୁ ଅନୁମତି ନାହିଁ। ଡୋନାଲ୍ଡ ଟ୍ରମ୍ପ: ଆମେରିକାରେ ହେଉଥିବା ଏହି ବଡ଼ ଫ୍ୟାସନ ଇଭେଣ୍ଟ ମେଟ ଗାଲା, ଖୋଦ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବ୍ୟାନ ଲଗାଇଛି। ଏହାର କାରଣ ପଲିଟିକାଲ ପଲିସି। ମେଟ୍ ଗାଲାର ଆୟୋଜକ ଆନ୍ନା ଭିଣ୍ଟୋର ୨୦୧୭ରେ ସ୍ପଷ୍ଟ କରିଥିଲେ ଯେ, ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଏହି ଇଭେଣ୍ଟରେ ଡାକିବେନି।

ଡୋନାଲ୍ଡ ଟ୍ରମ୍ପ ୧୯୮୦ ଦଶକୁ ୨୦୧୨ ପର୍ଯ୍ୟନ୍ତ ପତ୍ନୀ ମେଲାନିୟା ଏବଂ ଇଭାଙ୍କା ସହ ଏହି ଇଭେଣ୍ଟରେ ସାମିଲ ହେଉଥିଲେ। କିନ୍ତୁ ରାଷ୍ଟ୍ରପତି ହେବା ପରେ ତାଙ୍କ ଉପରେ ରୋକ ଲଗାଇଦିଆଯାଇଥିଲା। ନିକ୍କୀ ମିନାଜ: ପ୍ରସିଦ୍ଧ ରାପର ନିକ୍କୀ ମିନାଜଙ୍କ ଉପରେ ମଧ୍ୟ ମେଟ ଗାଲାରେ ବ୍ୟାନ ଲଗାଯାଇଛି। କୁହାଯାଉଛି ସୋସିଆଲ ମିଡିଆରେ ନିଜ ବୟାନ ଯୋଗୁ ତାଙ୍କୁ ଏହି ଇଭେଣ୍ଟରେ ସାମିଲ ହେବା ଉପରେ ରୋକ ଲଗାଯାଇଛି।

କିଛି ରିପୋର୍ଟରେ କୁହାଯାଇଛି ଯେ, ତାଙ୍କ ବିବାଦୀୟ ବୟାନ ପରେ ଇଣ୍ଡଷ୍ଟ୍ରୀର କିଛି ଲୋକ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି। ଟିମ୍ ଗନ୍: ଫ୍ୟାସନ ମେଣ୍ଟର ଟିମ୍ ଗନ ମଧ୍ୟ ନିଜେ ଘୋଷଣା କରିଥିଲେ ଯେ, ତାଙ୍କୁ ବ୍ଲାକଲିଷ୍ଟ କରାଯାଇଥିଲା। ୨୦୧୬ରେ ଏକ ଶୋ’ରେ ସେ ଏ ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ ଆନ୍ନା ଭିଣ୍ଟୋରଙ୍କୁ ଦୁଇ ବଡିଗାର୍ଡଙ୍କ ସହ ସିଢ଼ିରୁ ଓହ୍ଲାଉଥିବାରୁ ଦେଖିଥିଲେ।

ଯାହା ପରେ ବଡ଼ ବିବାଦ ହୋଇଥିଲା। ଏହା ପରେ ଅନ୍ନା ଭିଣ୍ଟୋରଙ୍କ ସହ କିଛି ତିକ୍ତତା ଆସିଥିଲା ଏବଂ ତାଙ୍କୁ ବ୍ୟାନ କରାଯାଇଥିଲା। ଟିନା ଫେ: ଅଭିନେତ୍ରୀ ଏବଂ କମେଡିଆନ ଟିନା ଫେ ମଧ୍ୟ ମେଟ ଗାଲାରୁ ବ୍ୟାନ ଅଛନ୍ତି। କୁହାଯାଉଛି ଟିନା ସବୁ ବେଳେ ଏହି ଇଭେଣ୍ଟକୁ ସମାଲୋଚନା କରିଥାନ୍ତି।

ଏଥପାଇଁ ତାଙ୍କୁ ଇଭେଣ୍ଟରୁ ବ୍ୟାନ କରାଯାଇଛି। ଅନେକଙ୍କ ମତରେ ଟିନା ନିଜେ ଇଭେଣ୍ଟରୁ ଦୂରେଇଛନ୍ତି। କେନୀ ୱେଷ୍ଟ: କେନୀ ଓ୍ବେଷ୍ଟ "ୟେ" ନାମରେ ଜଣାଶୁଣା। କୁହାଯାଏ ତାଙ୍କର ମେଟ୍ ଗାଲା ଯୋଗଦେବା ଉପରେ ପ୍ରତିବନ୍ଧକ ଲାଗିଛି।

ଏହି ପଦକ୍ଷେପ ଇହୁଦୀ ବିରୋଧୀ ମନ୍ତବ୍ୟ ଦେବା ଏବଂ ଅନେକ ବିବାଦ ସୃଷ୍ଟି କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଆନ୍ନା ଭିଣ୍ଟୋର ଏବଂ ଫ୍ୟାଶନ୍ ଜଗତ ତାଙ୍କଠାରୁ ଦୂରେଇ ରହିଛନ୍ତି। ଲୁକା ସାବାତ: ମେଟ ଗାଲାର ନିୟମ ଭାଙ୍ଗିଥିବାରୁ ୨୦୧୯ ମେଟ୍ ଗାଲାରୁ ତାଙ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା। ସେ ମେଟ୍ ଗାଲା ବାଥରୁମରେ ଧୂମପାନ କରୁଥିବାର ଜଣାପଡ଼ିଥିଲା।

ଫଳରେ ତାଙ୍କୁ ଇଭେଣ୍ଟରୁ ବାସନ୍ଦ କରାଯାଇଥିଲା। ପ୍ଲେବୋଇ କାର୍ଟି: ପ୍ଲେବୋଇ କାର୍ଟି ମେ ୨୦୨୫ରେ ଦାବି କରିଥିଲେ ଯେ, ତାଙ୍କୁ ମେଟ୍ ଗାଲାରେ ଯୋଗଦେବାରୁ ନିଷିଦ୍ଧ କରାଯାଇଛି। ସେ ଏହି ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ତଥାପି, ମେଟ୍ ଗାଲାର ଆୟୋଜକ ଆନ୍ନା ଭିଣ୍ଟୋର୍ ତାଙ୍କ ନିଷେଧ ଉପରେ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7