Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦୁର୍ଗମ ଅଞ୍ଚଳର ସେବାକୁ ମିଳିଲା ଜାତୀୟ ସମ୍ମାନ, ରାଷ୍ଟ୍ରପତି ଭବନରୁ ଆସିଲା ନିମନ୍ତ୍ରଣ

NEWS7 5 days ago
 ମାଲକାନଗିରି ୩।୮: ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ମିଳିଛି ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ । ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୩ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ କର୍ତ୍ତବ୍ୟ ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ମାଲକାନଗିରି ଜିଲ୍ଲାର ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଣ୍ଡ୍ରାହାଲ ଉପ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦୁର୍ଗା ପ୍ରସାଦ ସାହୁଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଗୌରବମୟ ନିମନ୍ତ୍ରଣ ମିଳିଛି l ବାଲିମେଳା ଡାକଘର ନିରୀକ୍ଷକ ଦିଲ୍ଲୀପ କୁମାର ବାଗାତି ଓ ଡାକ ପିଅନ ବା ଡାକ ବାହକ ବୀରେନ୍ଦ୍ର ଖରା ରାଷ୍ଟ୍ରପତିଙ୍କ ବାସଗୃହ ଭୋଜ ନିମନ୍ତ୍ରଣ ପତ୍ର ଅଣ୍ଡ୍ରାହଲ ଉପ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଦୁର୍ଗା ପ୍ରସାଦ ସାହୁଙ୍କୁ ପ୍ରଦାନ କରିଛନ୍ତି l ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆସନ୍ତା ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ୬ଟା ସମୟରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି l ଏହି ଖବର ପାଇବା ପରେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ.
ସମ୍ବିତ କୁମାର ଦାସ ଓ ସମସ୍ତ କର୍ମଚାରୀଗଣ ସ୍ବାସ୍ଥ୍ୟକର୍ମୀ ଦୁର୍ଗା ପ୍ରସାଦ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ଅଣ୍ଡ୍ରାହଲ ଉପ କେନ୍ଦ୍ରରେ ଗତ ୧୩ ବର୍ଷ ଧରି ଦୁର୍ଗା ପ୍ରସାଦ ସାହୁ ଜନଜାତିଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି l ଅଣ୍ଡ୍ରାହଲକୁ ଗମନା ଗମନର ସୁବିଧା ନଥିବା ସହ ଉପକେନ୍ଦ୍ରର ନିଜସ୍ୱ ଗୃହ ନଥିବା ସତ୍ତ୍ବେ ଦୁର୍ଗା ପ୍ରସାଦ ସାହୁ ବଣ୍ଡା ଜନଜାତିର ପ୍ରାୟ ୪୩୨୯ ଜଣଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି l ଆକାଂକ୍ଷୀ ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହଲ ଉପକେନ୍ଦ୍ର ଏକ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ସତ୍ତ୍ବେ ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା, ନିଷ୍ଠାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସହ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ସହକର୍ମୀଙ୍କ ସହଯୋଗରେ ଚାଲି ଚାଲି ଘର ଘରକୁ ଯାଇ ମ୍ୟାଲେରିଆ, ଯକ୍ଷ୍ମା, ଡେଙ୍ଗୁ ରୋଗରେ ନିରାକରଣ ପାଇଁ ସଚେତନ କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନଜନକ ସୁଯୋଗ ମିଳିଛି l ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ତାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମତ ବିନିମୟ କରିବା ସହ ରାତ୍ରିଭୋଜନର ସୁଯୋଗ ମିଳିଛି l ଏହା କେବଳ ଖଇରପୁର ଅଞ୍ଚଳ ପାଇଁ ନୁହେଁ, ବରଂ ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଗ୍ରାମବାସୀ ଓ ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି l
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7