Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

E-20 ପେଟ୍ରୋଲ ନେଇ ଅସନ୍ତୋଷ ୫୩% ଗାଡି ମାଲିକ: କହିଲେ, ବଢିଛି ମରାମତି ଖର୍ଚ୍ଚ, ସରକାରଙ୍କ ପରିଚାଳନାରେ ଖୁସୀ ନାହୁଁ

NEWS7 1 week ago
 ନୂଆଦିଲ୍ଲୀ: ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ସରକାର ଯେତେ ସଫେଇ ଦେଲେ ବି ଲୋକେ ଏଥିରେ ଖୁସୀ ନାହାନ୍ତି। ଲୋକଙ୍କ ଗାଡ଼ି ଖରାପ ହେଉଥିବା ନିୟମିତ ଅଭିଯୋଗ ଆସୁଛି। ବିଶେଷ କରି ସେହିମାନେ ଅଧିକ ଅସନ୍ତୋଷ ପ୍ରକାଶ କରୁଛନ୍ତି ଯେଉଁମାନଙ୍କର ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ି ଅଛି। ସେମାନଙ୍କ ଗାଡ଼ି ଇଥାନଲରେ ଚାଲିବା ଭଳି ଡିଜାଇନ କରାଯାଇ ନଥିବାରୁ ସେମାନଙ୍କୁ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ତେଣୁ ସରକାରଙ୍କର ଇ-୨୦ ନୀତି ଉପରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଇ-୨୦ ପେଟ୍ରୋଲ ଠିକ୍ ଭାବେ ହ୍ୟାଣ୍ଡେଲ୍ କରୁଛନ୍ତି କି ନାହିଁ ଏହା ଜାଣିବା ପାଇଁ ଲୋକାଲସାରକଲ୍ସ(LocalCircles) ନାମକ ଏକ ସଂସ୍ଥା ଦେଶରେ ୩୧୬ ଜିଲ୍ଲାରେ ୨୨,୫୬୭ ପେଟ୍ରୋଲ ଗାଡ଼ି ମାଲିକଙ୍କୁ ନେଇ ସର୍ଭେ କରିଥିଲା। ଏଥିରେ ୫୩% ଲୋକେ କେନ୍ଦ୍ର ସଡ଼କ ପରିବହନ ଏବଂ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଇ-୨୦ ପରିଚାଳନାକୁ ଏକଦମ ଖରାପ ଓ ପ୍ରଭାବହୀନ ବୋଲି କହିଛନ୍ତି। ଏମାନଙ୍କ ମଧ୍ୟରୁ ୪୨% ଲୋକେ ବହୁତ ଖରାପ କହିଥିବା ବେଳେ କେବଳ ୧୩% ଲୋକ ଏହାକୁ ଭଲ ରେଟିଂ ଦେଇଛନ୍ତି।

ସର୍ଭେରେ ଇନ୍ଧନ ଦକ୍ଷତା(fuel efficiency) ଏବଂ ଯାନବାହାନ ରକ୍ଷଣାବେକ୍ଷଣ(ମେଣ୍ଟେନାନ୍ସ) ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ୨୦୨୩ ପୂର୍ବରୁ ନିର୍ମିତ ପେଟ୍ରୋଲ ଯାନର ମାଲିକମାନଙ୍କ ମଧ୍ୟରୁ ୬୬% କହିଛନ୍ତି ଯେ ଇ-୨୦ ପେଟ୍ରୋଲ ପ୍ରଚଳନ ପରେ ସେମାନଙ୍କ ଯାନଗୁଡ଼ିକ ଏବେ ୧୦% ରୁ ଅଧିକ କମ୍ ମାଇଲେଜ୍ ଦେଉଛି। ୪୫% କ୍ଷୟ ଏବଂ ପାଇପ ଛିଣ୍ଡିବା କିମ୍ବା ମରାମତିରେ ଖର୍ଚ୍ଚ ବଢ଼ିଥିବା କୁହାଯାଉଛି। ସର୍ଭେରୁ ଜଣାପଡ଼ିଛି ଯେ ଗ୍ରାହକମାନେ ଇନ୍ଧନ ବାଛିବାର ସୁବିଧା ଚାହୁଁଛନ୍ତି।

୨୦୨୩ ପୂର୍ବରୁ ନିର୍ମିତ ପେଟ୍ରୋଲ ଗାଡ଼ିର ମାଲିକମାନଙ୍କ ମଧ୍ୟରୁ ପ୍ରାୟ୩୧ ପ୍ରତିଶତକହିଛନ୍ତି ଯେ, ଯଦିଓ ଇ-୨୦ ତୁଳନାରେ ଇ-୦ କିମ୍ବା ଇ-୧୦ ପେଟ୍ରୋଲର ଦାମ ଅଧିକ ହୁଏ, ତଥାପି ସେମାନେ ସେହି ବିକଳ୍ପକୁ ବାଛିବାକୁ ପସନ୍ଦ କରିବେ। ସରକାରଙ୍କ କହିବା ଅନୁସାରେ, ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ଦ୍ୱାରା ଭାରତର ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମିବ, କାର୍ବନ ନିର୍ଗମନ ହ୍ରାସ ପାଇବ, ଉର୍ଜା ସୁରକ୍ଷା ବୃଦ୍ଧି ପାଇବ ଏବଂ ଚାଷୀମାନଙ୍କ ଆୟ ବଢ଼ିବ। ୧ ଏପ୍ରିଲ ୨୦୨୬ଠାରୁ ଭାରତରେ ବିକ୍ରି ହେଉଥିବା ସମସ୍ତ ଇ-୨୦ ପେଟ୍ରୋଲରରିସର୍ଚ୍ଚ ଅକ୍ଟେନ୍ ନମ୍ବର (RON)ସର୍ବନିମ୍ନ୯୫ହେବା ବାଧ୍ୟତାମୂଳକ କରାଯାଇଛି। ସେହିପରିଭାରତୀୟ ମାନକ ବ୍ୟୁରୋ (BIS)ଇ-୨୨ରୁ ଇ-୩୦ ପର୍ଯ୍ୟନ୍ତ ଇଥାନଲ ମିଶ୍ରିତ ପେଟ୍ରୋଲ ପାଇଁ ମଧ୍ୟ ମାନକ ଜାରି କରିଛି।

ତେବେ ସରକାରଙ୍କ ବର୍ତ୍ତମାନର ଯୋଜନା ଇ-୨୦ ଉପରେ ହିଁ କେନ୍ଦ୍ରିତ ରହିଛି। ଜୁଲାଇ ୨୦୨୬ରେକେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଇଥାନଲ ମିଶ୍ରଣର ଦୀର୍ଘମିଆଦି ପ୍ରଭାବ୨୦୨୭ ସୁଦ୍ଧାଅଧିକ ସ୍ପଷ୍ଟ ହେବ। ଇ-୨୦ କାର୍ଯ୍ୟକ୍ରମ ବିରୋଧରେ ଦାଖଲ ହୋଇଥିବା ଆଇନଗତ ଆହ୍ୱାନର ଜବାବ ଦେଇ ସରକାର ଏହି ମତ ରଖିଥିଲେ। ପୁରୁଣା ଗାଡ଼ିକୁ ନେଇ ବଢ଼ୁଛି ଚିନ୍ତା ସର୍ଭେରେ ଉଠିଥିବା ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଦେଶରେ ଚାଲୁଥିବା ଲକ୍ଷ ଲକ୍ଷ ପୁରୁଣା ଗାଡ଼ି କମ୍ ଇଥାନଲ ମିଶ୍ରଣକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଥିଲା।ଏପ୍ରିଲ ୨୦୨୩ ପୂର୍ବରୁତିଆରି ହୋଇଥିବା ଅଧିକାଂଶ ପେଟ୍ରୋଲ ଗାଡ଼ିଇ-୧୦ପାଇଁ ଉପଯୁକ୍ତ ଥିଲା।

ଅନ୍ୟପଟେଏପ୍ରିଲ ୨୦୨୫ ପରେନିର୍ମିତ ଗାଡ଼ିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେଇ-୨୦ ସୁସଙ୍ଗତ (E20-compatible)ବୋଲି ଧରାଯାଉଛି। ଏହାର ପରିଣାମସ୍ୱରୂପ ଅନେକ ପୁରୁଣା ଗାଡ଼ି ମାଲିକ କମ୍ ମାଇଲେଜ୍ ଓ ଅଧିକ ରକ୍ଷଣାବେକ୍ଷଣ ଖର୍ଚ୍ଚର ସମ୍ମୁଖୀନ ହେଉଛନ୍ତି। କମ୍ ଇଥାନଲ ମିଶ୍ରିତ ପେଟ୍ରୋଲର ଚାହିଦା ବଢ଼ୁଛି ସର୍ଭେ ଅନୁଯାୟୀ, ଅଧିକାଂଶ ଗାଡ଼ି ମାଲିକ ଇଥାନଲ ମିଶ୍ରଣର ବିରୋଧ କରୁନାହାନ୍ତି। ସେମାନେ କେବଳ ଇନ୍ଧନ ବାଛିବା ପାଇଁ ଅଧିକ ବିକଳ୍ପ ଚାହୁଁଛନ୍ତି।

ପ୍ରାୟ୩୧ ପ୍ରତିଶତଲୋକ ଅଧିକ ଦାମ ଦେଇ ମଧ୍ୟ ଇ-୦ କିମ୍ବା ଇ-୧୦ ପେଟ୍ରୋଲ କିଣିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହାରୁ ସ୍ପଷ୍ଟ ହେଉଛି ଯେ, ପୁରୁଣା ଗାଡ଼ି ପାଇଁ କମ୍ ଇଥାନଲ ମିଶ୍ରିତ ପେଟ୍ରୋଲକୁ ବିକଳ୍ପ ଭାବେ ଉପଲବ୍ଧ କରାଇବାର ଦାବି ବଢ଼ୁଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପୁରୁଣା ଗାଡ଼ିକୁ ଇ-୨୦ ଉପଯୁକ୍ତ କରିବା ପାଇଁ ଇଥାନଲ ପ୍ରତି ସମ୍ବେଦନଶୀଳ ଫ୍ୟୁଏଲ ସିଷ୍ଟମର ବିଭିନ୍ନ ଯନ୍ତ୍ରାଂଶ ବଦଳାଇବାକୁ ପଡ଼ିପାରେ, ଯାହା ଗାଡ଼ି ମାଲିକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇପାରେ। ସର୍ଭେ କିପରି କରାଯାଇଥିଲା?

ଏହିଲୋକାଲସର୍କଲ୍ସ (LocalCircles)ସର୍ଭେରେ ଭାରତର୩୧୬ଟି ଜିଲ୍ଲାର ୨୨,୫୬୭ ଜଣ ପେଟ୍ରୋଲ ଗାଡ଼ି ମାଲିକଅଂଶଗ୍ରହଣ କରିଥିଲେ। ୬୯% ପୁରୁଷଏବଂ୩୧% ମହିଳାଉତ୍ତରଦାତା ଥିଲେ। ୪୬%ଟିୟର-୧ ଜିଲ୍ଲାରୁ, ୩୨%ଟିୟର-୨ ଜିଲ୍ଲାରୁ, ଏବଂ ଅବଶିଷ୍ଟ୨୨%ଟିୟର-୩, ଟିୟର-୪, ଟିୟର-୫ ଓ ଗ୍ରାମାଞ୍ଚଳରୁ ଥିଲେ। ଲୋକାଲସର୍କଲ୍ସର ସୂଚନା ଅନୁସାରେ, ସର୍ଭେରେ ଅଂଶଗ୍ରହଣ କରିଥିବା ସମସ୍ତେ ସେମାନଙ୍କ ପ୍ଲାଟଫର୍ମର ପଞ୍ଜୀକୃତ ଓ ସତ୍ୟାପିତ ବ୍ୟବହାରକାରୀ ଥିଲେ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7