Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Flood Situation: ଅଗଷ୍ଟ ଚ୍ୟାଲେଞ୍ଜ, ତଥାପି ଆଶ୍ୱସ୍ତ କଲେ ସର୍ବୋଚ୍ଚ ଯନ୍ତ୍ରୀ, ଘାଇ ମରାମତି ଜୋରଦାର

NEWS7 1 week ago
 ଭୁବନେଶ୍ବର ୩।୮: ବନ୍ୟା ପ୍ରକୋପ ହ୍ରାସ ପାଇଛି । ମହାନଦୀର ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ନାହିଁ । ଆଜି ହୀରାକୁଦ ଜଳସ୍ତର ୬୨୦.୭୭ ଫୁଟ ରହିଛି । ଆସନ୍ତାକାଲି ସୁଦ୍ଧା ୬୧୮ ଫୁଟ ଓ ବୁଧବାର ସୁଦ୍ଧା ୬୧୫ ଫୁଟ ଜଳସ୍ତର ରଖାଯିବ । ୩ ଲକ୍ଷ ୩ ହଜାର କ୍ୟୁସେକ୍ ଜଳ ଛଡ଼ା ଯାଉଛି । ମୁଣ୍ଡଳିରେ ୫ ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
ଆହୁରି ଖସିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । ଘାଇ ବନ୍ଦ କରିବା ଆମର ପ୍ରାଥମିକତା । ବ୍ରାହ୍ମଣୀ, ବୈତରଣୀରେ ମରାମତି ଆରମ୍ଭ ହୋଇଯାଇଛି ଗତକାଲି ଠାରୁ । ଆଜି ମଧ୍ୟ ଅନ୍ୟ ସ୍ଥାନରେ ବି ଚାଲିଛି ।

ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରୁଛି । ୫ ତାରିଖ ପରେ ବର୍ଷା ଅଛି ବୋଲି କିଛି ଆନ୍ତର୍ଜାତୀୟ ମଡେଲ କହୁଛି । ବର୍ଷା ହେଲେ ଆମେ ପଦକ୍ଷେପ ନେବୁ । କିନ୍ତୁ IMD ଏଯାଏ କୌଣସି ପୂର୍ବାନୁମାନ କରିନାହିଁ ।

- ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ରେଭେନ୍ସାରେ ଛାତ୍ର ଆନ୍ଦୋଳନ, ୨୪ ଘଣ୍ଟାରୁ ଅଧିକ ଅନଶନରେ ଶତାଧିକ ଛାତ୍ର ଏଲନିନୋ ପାଇଁ ଆମକୁ ସତର୍କ ରହିବାକୁ ପଡିବ । ଯଦିଓ କମ୍ ବର୍ଷା ଆକଳନ କରାଯାଇଥିଲା କିନ୍ତୁ ଅଧିକ ବର୍ଷା ହେଲା । ଜୁନ୍ରେ କମ୍ ବର୍ଷା ହେଲା କିନ୍ତୁ ଜୁଲାଇରେ ୩୮ ପ୍ରତିଶତ ଅଧିକ ବର୍ଷା ହେଲା ଜଳବାୟୁ ପରିବର୍ତ୍ତନର ଏହା ପ୍ରତିଫଳନ କୁହାଯାଇପାରେ । ଅଗଷ୍ଟ ଆମ ପାଇଁ ବଡ଼ ଚାଲେଞ୍ଜ। କିନ୍ତୁ ଯାହା ଆଶା ଆଉ ବନ୍ୟା ନହୋଇ ପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7