ଆଠଗଡ଼ ୮।୪: କୁଖ୍ୟାତ ଅପରାଧୀ ଓ ଗୋ-ମାଫିଆ ବିରୋଧରେ NSA ଲାଗୁ । କଟକ ଜିଲ୍ଲା ତିଗିରିଆର ଦୁର୍ଦ୍ଦାନ୍ତ ଅପରାଧି ସକିଲ୍ ଖାନ୍ ବିରୋଧରେ NSA ଲାଗୁ ହୋଇଛି । ଏନଏସଏ ଲାଗୁ କଲା କଟକ ଗ୍ରାମାଞ୍ଚଳ ଥାନା ପୋଲିସ । ସକିଲ୍ ଖାନ୍ଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ଜେଲ୍ରେ ରଖିବାକୁ କଟକ ଜିଲ୍ଲାପାଳ ମଞ୍ଜୁରି ପ୍ରଦାନ କରିଛନ୍ତି ।ଯାହାକୁ କଟକ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଆଦେଶ ଅନୁସାରେ ସକିଲ ଖାନ୍ଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ପୁନର୍ବାର ଅଟକ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ସକିଲ୍ ଖାନ୍ ୨୦୨୫ ମସିହାର ଏକ ମାମଲାରେ 303(2)/317(2)/126(2)/115(2)/118(1)/132/109(1)/3(5) ବିଏନଏସ୍/ ୧୧(୧)(ଡି)of the Prevention of Cruelty to Animal Act/Sec 7 (1) of the Orissa Prevention of Cow Slaughter Actରେ ଆଠଗଡ଼ ରାଧାରମଣପୁର ନ୍ୟାୟିକ ଆଦର୍ଶ କଏଦୀ କାରାଗାରରେ ରହିଛି ।
