Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ହାଇକୋର୍ଟଙ୍କୁ ଅବମାନନା କରି ଅଡ଼ୁଆରେ ମମତା ବାନାର୍ଜୀ, ମାମଲା ରୁଜୁ କଲା ପୋଲିସ

NEWS7 2 weeks ago
 କୋଲକାତା: ତୃଣମୂଳ ଛାତ୍ର ପରିଷଦ (TMCP)ର ପ୍ରତିଷ୍ଠା ଦିବସ ସମାବେଶ ଆୟୋଜନ ପାଇଁ କୋଲକାତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଓ ସର୍ତ୍ତଗୁଡ଼ିକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ କୋଲକାତା ପୋଲିସ ନିଜଆଡ଼ୁ ମାମଲା ରୁଜୁ କରିଛି।
ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୋଲକାତାର ହେଷ୍ଟିଙ୍ଗସ ପୋଲିସ ଷ୍ଟେସନରେ ମମତା ବାନାର୍ଜୀ ଏବଂ ଏହି ସଭାର ଆୟୋଜକମାନଙ୍କ ବିରୋଧରେ ଏହି ମାମଲା ଦାୟର କରାଯାଇଛି। କୋର୍ଟଙ୍କ ଆଦେଶ ଅବମାନନା କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ତଦନ୍ତ ସମୟରେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ଭୂମିକା ଯାଞ୍ଚ କରାଯିବ। ଶୁକ୍ରବାର ସେଣ୍ଟ୍ରାଲ କୋଲକାତାର କ୍ୟାଥେଡ୍ରାଲ ରୋଡରେ ଏହି ସମାବେଶ ଆୟୋଜନ କରିବା ପାଇଁ ହାଇକୋର୍ଟ ଯେଉଁସବୁ ସର୍ତ୍ତ ରଖିଥିଲେ, ତାହାର ଯାଞ୍ଚ କରାଯିବା ପରେ ପୋଲିସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଅଗଷ୍ଟ ୨୪ରେ ଫେସବୁକ୍ ଲାଇଭରେ ବଡ଼ ମନ୍ତବ୍ୟ ଦେଇଥିଲେ ମମତା ବାନାର୍ଜୀ ।

ସେ କହିଥିଲେ, ଯେପର୍ଯ୍ୟନ୍ତ ବିଜେପିକୁ ଅନ୍ଧକାରକୁ ଠେଲି ନଦେଇଛନ୍ତି, ସେପର୍ଯ୍ୟନ୍ତ ସେ ଚୁପ୍ ବସିବେ ନାହିଁ । ଲାଇଭ ଭିଡିଓରେ ମମତା ବାନାର୍ଜୀ ଦାବି କରିଥିଲେ ଯେ, ରାଜ୍ୟରେ ସରକାର ପରିବର୍ତ୍ତନର ମାତ୍ର ୪ ମାସରେ ଜନତାଙ୍କୁ ବିଜେପିର ଅସଲ ଚେହେରା ଦେଖାଗଲାଣି। ମହିଳାଙ୍କ ଲାଗି ଆସିଥିବା ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ଆର୍ଥିକ ସହାୟତା ଯୋଜନା ମାଧ୍ୟମରେ ଟଙ୍କା ଆବଣ୍ଟନରେ କଥିତ ବିଳମ୍ବକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ସରକାରଙ୍କୁ ଘେରିଥିଲେ ମମତା । ମମତା କହିଥିଲେ ଯେ, ମହିଳାଙ୍କୁ ଆର୍ଥିକ ରୂପେ ଆତ୍ମନିର୍ଭର କରିବା ପାଇଁ ତାଙ୍କ ପାର୍ଟି ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଆରମ୍ଭ କରିଥିଲା। ହେଲେ ବିଜେପି ଏହି ଯୋଜନାରେ ଧର୍ମ ଓ ଜାତି ଦେଖି ରାଜନୀତି କରୁଛି ଓ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁନି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7