ମୁମ୍ବାଇ୦୨/୦୮: ଆଇପିଏଲ୨୦୨୭ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ଚେନ୍ନାଇ ସୁପର କିଙ୍ଗସ ଟିମକୁ ଯିବେ ବୋଲି କଥାବାର୍ତ୍ତା ଚାଲିଛି । କେହି କେହି ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ଭଳି ଟିମ୍ ପାଣ୍ଡ୍ୟାଙ୍କୁ ନିଜ ଟିମରେ ସାମିଲ କରିବାକୁ ଉତ୍ସାହିତ ରହିଛନ୍ତି ।ସମୀକ୍ଷା ସମ୍ପୂର୍ଣ୍ଣ ହେଲା ପରେ ହିଁ ଶେଷ ନିଷ୍ପତ୍ତି ନିଆଯିବ । ଦଳ ଅନେକ ବିକଳ୍ପକୁ ବିଚାର କରୁଛି । କିନ୍ତୁ ଏବେସୁଦ୍ଧା ଶେଷ ନିଷ୍ପତ୍ତି ନିଆଯାଇ ନଥିବା ଦଳ ପକ୍ଷରୁ ସ୍ପୋର୍ଟସ୍ ଷ୍ଟାରକୁ ପ୍ରତିକ୍ରିୟା ଦିଆଯାଇଛି । ଟ୍ରେଡ୍ ଖବରକୁ ଖଣ୍ଡନ କରିଥିଲେ ବି ଦଳ ଆଗାମୀ ଦିନରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସଙ୍କେତ ଦେଇଛି ।
ସିଏସକେ ସହ ମୁମ୍ବାଇର ହାର୍ଦ୍ଦିକଙ୍କୁ ନେଇ କଥାବାର୍ତ୍ତା ଜାରି ରହିଥିବା ଏକ ରିପୋର୍ଟରେ ଦାବି କରାଯାଇଥିଲା । ଆୟୁଷ ମାତ୍ରେ କିମ୍ବା ଶିବମ ଦୁବେଙ୍କ ମଧ୍ୟରୁ କେହି ମୁମ୍ବାଇ ଆସିପାରନ୍ତି । ତାଙ୍କ ବଦଳରେ ହାର୍ଦ୍ଦିକ ଚେନ୍ନାଇ ଯିବେ । ଏପରିକି ଡିଓ୍ୱାଲ୍ଡ୍ ବ୍ରେଭିସ୍ ମଧ୍ୟ ମୁମ୍ବାଇର ସ୍କାନରରେ ରହିଛନ୍ତି ।
କିନ୍ତୁ ଏସମସ୍ତ ଦାବିକୁ ଏବେ ମୁମ୍ବାଇ ଖାରଜ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁନାବର୍ଷା : ଭାରତୀୟ ବକ୍ସର ଜିତିଲେ ୭ ସ୍ୱର୍ଣ୍ଣ, ରଚିଲେ ଇତିହାସ ହାର୍ଦ୍ଦିକଙ୍କ କପ୍ତାନୀରେ ଦଳର ବିପର୍ଯ୍ୟୟ ୨୦୨୪ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଅଧିନାୟକ କରିଥିଲା । ରୋହିତଙ୍କୁ ହଟାଇ ନୂଆ ମଙ୍ଗ ସମ୍ଭାଳିଥିଲେ ପାଣ୍ଡ୍ୟା । କିନ୍ତୁ ଦଳକୁ ସେ ବିଜୟୀ କରାଇପାରିନଥିଲେ ।୨୦୨୪ରେ ପଏଣ୍ଟ ତାଲିକାରେ ଏମଆଇ ସବୁଠୁ ତଳେ ରହିଥିଲା ।୨୦୨୫ରେ ଦଳ ପ୍ଲେ ଅଫରେ ପହଁଚିଥିଲା । ଗତ ସିଜିନରେ ମଧ୍ୟ ଦଳ୧୦ଟି ପରାଜୟ ସହ୯ନମ୍ବରରେ ରହିଥିଲା ।
