Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Hidden Camera linked one sided love: ୟୁଟ୍ୟୁବ୍ ଦେଖି ଅନଲାଇନ୍‌ରେ ମଗାଇଥିଲା, ୩ ମାସ ପୂର୍ବେ ମହିଳା ଓ୍ବାସ୍‌ରୁମ୍‌ରେ ଲଗାଇଥିଲା

NEWS7 2 weeks ago
 ଜଗତସିଂହପୁର ୩୧।୫: ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ୍ରୁମ୍ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜଗତସିଂହପୁର ଏସ୍ପି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଏ ନେଇ ପ୍ରେସମିଟ୍ କରି ରୋଚକ ତଥ୍ୟ ଦେଇଛନ୍ତି ଏସ୍ପି ଅଙ୍କିତ ବର୍ମା । ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ କାର୍ଯ୍ୟାଳୟର ଜନୈକା ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାପରେ ଏପରି କରିଥିଲା ଅଭିଯୁକ୍ତ ।
ଅଭିଯୁକ୍ତ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ଶନିବାର ତିର୍ତ୍ତୋଲ ପୋଲିସ ଗିରଫ କରିବା ପରେ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ପୋଲିସ ଅଭିଯୁକ୍ତ ଠାରୁ ହିଡେନ କ୍ୟାମେରା ସହ ଏକ ମୋବାଇଲ, ପେନ୍ ଡ୍ରାଇଭ୍ ଓ ସିସିଟିଭି ହାର୍ଡ ଡିସ୍କ ଜବତ କରିଛି । - ସ୍ବାମୀ-ସ୍ତ୍ରୀ ବୁଲିବାକୁ ଯାଉଥିଲେ, ଗାଡ଼ି ଅଟକାଇ ନଦୀକୁ ଡେଇଁପଡ଼ିଲେ ମହିଳା ୟୁଟ୍ୟୁବ୍ରୁ ଦେଖି ଅନଲାଇନରୁ ଗତ ଜାନୁଆରୀ ମାସରେ ଏହି କ୍ୟାମେରା ମଗାଇଥିଲା । ଗତ ମାର୍ଚ୍ଚ ମାସରୁ ମହିଳା ୱାସ୍ରୁମ୍ରେ ଏହି କ୍ୟାମେରା ଲଗାଇଥିଲା ଅଭିଯୁକ୍ତ ।

ମୋବାଇଲ ମାଧ୍ୟମରେ ସବୁ ଦେଖୁଥିଲା । ପ୍ରତି ସପ୍ତାହକୁ ଥରେ ଚାର୍ଜ କରି ପୁନର୍ବାର ନେଇ ସେଇ ସ୍ଥାନରେ ଲଗାଇ ମୋବାଇଲ ମାଧ୍ୟମରେ ଦେଖୁଥିଲା ବୋଲି ପୋଲିସ ଆଗରେ ପ୍ରକାଶ କରିଛି ଅଭିଯୁକ୍ତ । ଧରାପଡିବା ପରେ ତାକୁ ଛାଡିଦେବା ପାଇଁ ପୋଲିସ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଆଗରେ କ୍ଷମାପ୍ରାର୍ଥନା କରିଥିଲା ବୋଲି ଏସ୍ପି କହିଛନ୍ତି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7