ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଚର୍ଚ୍ଚାକୁ ଆସିଥିବା ଅଭୟ ସିଂହ ଓରଫ IIT Baba ବିବାହ କରିଛନ୍ତି । ପ୍ରେମିକା ପ୍ରୀତିକାଙ୍କୁ ନିଜର ଜୀବନସାଥି କରିଛନ୍ତି ଅଭୟ । ବୈରାଗ୍ୟ ଜୀବନ ବିତାଇବାକୁ ପଣ କରିଥିବା ଅଭୟ ସିଂହ ଏବେ ସାଂସାରିକ ଜୀବନ ଆରମ୍ଭ କରିଛନ୍ତି । ଦୁଇ ମାସ ପୂର୍ବରୁ ଆଇଆଇଟି ବାବା ବିବାହ କରିଥିଲେ । ଏବେ ପତି-ପତ୍ନୀ ଆଗକୁ ତାଙ୍କ ଜୀବନ କିଭଳି ବିତାଇବେ ସେନେଇ ଜବାବ ଦେଇଛନ୍ତି ।ସେ ଆଇଆଇଟିଣରୁ ପାସ୍ କରିଛନ୍ତି ବୋଲି କହିବା ପରେ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ବ୍ୟାପକ ଆଲୋଚନା ସୃଷ୍ଟି କରିଥିଲା। ଏବେ, ଆଇଆଇଟି ବାବା ବିବାହ କରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଆଇଆଇଟି ବାବାଙ୍କ ସ୍ତ୍ରୀ କ’ଣ କରନ୍ତି ? ଆଇଆଇଟି ବାବାଙ୍କ ପତ୍ନୀ ପ୍ରୀତିକା ମଧ୍ୟ ଜଣେ ଇଞ୍ଜିନିୟର ଏବଂ କର୍ଣ୍ଣାଟକର ମାଙ୍ଗାଲୁରୁରେ ତାଙ୍କ ଘର ।
ଅଭୟ ସିଂହ କହିଛନ୍ତି, ସେ ୨୦୨୫ ମହାକୁମ୍ଭ ମେଳା ପରେ ମହାଶିବରାତ୍ରିରେ ସାଧଗୁରୁଙ୍କ ଆଶ୍ରମ (ଆଦିଯୋଗୀ) ଯାଇଥିଲେ। ସେଠାରେ ହିଁ ସେ ପ୍ରୀତିକାଙ୍କୁ ଭେଟିଥିଲେ। Shreya Ghoshal: ବାପରେ ଏତେ ଟଙ୍କା ! ଓ୍ବର୍ଲିରେ ଆପାର୍ଟମେଣ୍ଟ କିଣିଲେ ସିଙ୍ଗର ଶ୍ରେୟା ଘୋଷାଲ ଭବିଷ୍ୟତ ଯୋଜନା କଣ ?
ବିବାହ ପରେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ IIT ବାବା କହିଛନ୍ତି, ‘ଆମେ ଶ୍ରୀ ବିଶ୍ୱବିଦ୍ୟାଳୟରେ କାମ କରୁଛୁ। ଏହା ଆଧ୍ୟାତ୍ମିକତା ସହିତ ଜଡିତ ଲୋକଙ୍କୁ ସଂଯୋଗ କରିବ। ଏହାର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ଜ୍ଞାନ ସହିତ ପୁଣି ଯୋଡ଼ିବା। ଆଧ୍ୟାତ୍ମିକ ଅଭ୍ୟାସର ସମସ୍ତ ସମ୍ଭାବ୍ୟ ପଦ୍ଧତି ଗୋଟିଏ ସ୍ଥାନରେ ହେବା ଉଚିତ। ଏହା ଆମର ଧ୍ୟାନ।’ ପିତା-ମାତାଙ୍କ ସହ ସଂପର୍କ ରହିବ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ତେବେ କୌଣସି ଆଧ୍ୟାତ୍ମିକତା ରହିବ ନାହିଁ। ଯଦି ଆପଣ ସାଂସାରିକ ତତ୍ତ୍ବ ସହ ଅତ୍ୟଧିକ ଯୋଡି ହୁଅନ୍ତି, ତେବେ ଆପଣ ନିଜର ରାସ୍ତା ହରାଇବେ।’
