Dailyhunt

IPL 2026: ଗୁଜରାଟର ଘାତକ ବୋଲିଂ ପରେ ପଞ୍ଜାବର ସମ୍ମାନ ରଖିଲେ ସୂର୍ଯ୍ୟାଂଶ, GTକୁ ଏତିକି ଟାର୍ଗେଟ୍ ଦେଲା PBKS

NEWS7 6 days ago
 GT vs PBKS: ଆଇପିଏଲର ୪୪ତମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ୍ ଟାଇଟନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ନିଜର ଖ୍ୟାତି ଅନୁସାରେ ପ୍ରଦର୍ଶନ କରି ପାରି ନାହିଁ। ଦଳ ୯ ଓ୍ଵିକେଟ୍ ହରାଇ ୧୬୩ ରନ କରିଛି। ସୂର୍ଯ୍ୟାଂଶ ଶେଡଜେ ୫୭ ରନ ଓ ମାର୍କସ ଷ୍ଟୋଇନିସ ୪୦ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ପଞ୍ଜାବ ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି।
ଜିତିବା ପାଇଁ ଗୁଜରାଟ ସାମ୍ନାରେ ୧୬୪ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଜାସନ ହୋଲଡର ୨୪ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ମହମ୍ମଦ ସିରାଜ ଓ କାଗିସୋ ରାବଡ଼ା ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି। ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି।

ପଞ୍ଜାବର ଦୁଇ ବିସ୍ଫୋରକ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂ ଆଜି ବିଫଳ ହୋଇଛନ୍ତି। ମାତ୍ର ୩୫ ରନ୍ ସ୍କୋରରେ ଦଳର ୩ ଜଣ ଶୀର୍ଷ ବ୍ୟାଟର ପ୍ୟାଭିଲିୟନ ଫେରିଥିବା ବେଳେ ୪୭ ରନ୍ ବେଳକୁ ଅଧା ଟିମ୍ ଆଉଟ୍ ହୋଇସାରିଥିଲା। ଗୁଜରାଟର ମହମ୍ମଦ ସିରାଜ ପ୍ରଥମ ଓଭରରେ ହିଁ ୨ଟି ୱିକେଟ୍ ନେଇ ପଞ୍ଜାବର ଅଣ୍ଟା ଭାଙ୍ଗି ଦେଇଥିଲେ। ଶେଜ୍ ଓ ଷ୍ଟୋଇନିସଙ୍କ ସଙ୍କଟମୋଚକ ପାଳି ଦଳ ୫୦ ରନ୍ ପୂର୍ବରୁ ୫ଟି ୱିକେଟ୍ ହରାଇ ସଙ୍କଟରେ ଥିବା ବେଳେ ସୂର୍ଯ୍ୟାଂଶ ଶେଜ୍ ଏବଂ ମାର୍କସ ଷ୍ଟୋଇନିସ ପାଳି ସମ୍ଭାଳିଥିଲେ।

ଦୁହେଁ ମିଳିତ ଭାବେ ୭୯ ରନ୍ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରି ଦଳକୁ ୧୦୦ ରନ୍ ପାର୍ କରାଇଥିଲେ। ଶେଜ୍ ନିଜ ଆଇପିଏଲ୍ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରି ୨୯ ବଲ୍ରୁ ୫୭ ରନ୍ର ଧୂଆଁଧାର ପାଳି ଖେଳିଥିଲେ। ଷ୍ଟୋଇନିସ ୪୦ ରନ୍ ଏବଂ ଶେଷ ଆଡ଼କୁ ମାର୍କୋ ଜାନସେନ ୧୧ ବଲ୍ରୁ ୨୦ ରନ୍ କରି ଦଳୀୟ ସ୍କୋରକୁ ୧୬୩ରେ ପହଞ୍ଚାଇଥିଲେ।​​​​​​​ ହୋଲଡର ଓ ସିରାଜଙ୍କ ଘାତକ ବୋଲିଂ ଗୁଜରାଟ ପକ୍ଷରୁ ଜେସନ ହୋଲ୍ଡର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୪ ଓଭରରେ ମାତ୍ର ୨୪ ରନ୍ ଦେଇ ୪ଟି ମୂଲ୍ୟବାନ ୱିକେଟ୍ ଅକ୍ତିଆର କରିଛନ୍ତି।

ମହମ୍ମଦ ସିରାଜ ପ୍ରଥମ ଓଭରରେ ପ୍ରିୟାଂଶ ଆର୍ଯ୍ୟ ଏବଂ କୁପର କୋନୋଲିଙ୍କୁ ଆଉଟ୍ କରି ଘାତକ ଆରମ୍ଭ କରିଥିଲେ। କାଗିସୋ ରାବାଡା ୨ଟି ୱିକେଟ୍ ନେଇ ଚଳିତ ସିଜିନରେ ମୋଟ ୧୬ଟି ୱିକେଟ୍ ସହ ‘ପର୍ପଲ କ୍ୟାପ୍’ ଦୌଡ଼ରେ ତୃତୀୟ ସ୍ଥାନକୁ ଉଠିଛନ୍ତି। ରାଶିଦ ଖାନ୍ ମଧ୍ୟ ଗୋଟିଏ ସଫଳତା ପାଇଛନ୍ତି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7