Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଜଳପ୍ରପାତରେ ଯୁବକ ନିଖୋଜ, ସେଲ୍ପି ନେବା ବେଳେ ଖସି ପଡ଼ିବାରୁ ଅଘଟଣ

NEWS7 1 week ago
 ରାୟଗଡ଼ା: ଜଳପ୍ରପାତ ବୁଲିବାକୁ ଯାଇ ସେଲ୍ଫି ନେଉଥିବା ବେଳେ ଗୋଡ଼ ଖସି ଜଣେ ଯୁବକ ନିଖୋଜ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ତୟାଙ୍ଗିର ଜଳପ୍ରପାତରେ ଘଟିଛି ଏହି ଅଘଟଣ। ନିଖୋଜ ଯୁବକ ଗୋଡ଼ିବାଲି ପଞ୍ଚାୟତ ଜେରେକା ଗ୍ରାମର ଚେଙ୍କା ବିଶୋୟୀଙ୍କ ପୁଅ ଯୋକ ବିଶୋୟୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ୫ ଟା ସମୟରେ ଯୁବକ ଜଣକ ତାଙ୍କ ୪/୫ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ।
ସେଠାରେ ସେଲ୍ଫି ନେବା ସମୟରେ ଗୋଡ ଖସି ତଳକୁ ପଡ଼ିଯାଇଥିଲେ। ତେବେ ପାଖରେ ଥିବା ସାଙ୍ଗ ମାନେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ଯୁବକଙ୍କୁ ପାଇନଥିଲେ। ଅନ୍ଧାରର ରାଜୁତିରେ ଅଣନିଃଶ୍ୱାସୀ ଗ୍ରାମବାସୀ, ବିଜୁଳି ଆଲୁଅ ସାତ ସପନ ଏହା ଏକ ଉପାନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ମାତ୍ରାଧିକ ଅନ୍ଧାର ଯୋଗୁ ଆଉ ଖୋଜିନପାରି ଯୁବକଙ୍କ ପରିବାର ଏବଂ କାଶୀପୁର ଥାନାଧିକାରୀ ଏବଂ ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ। ତେବେ ଅଗ୍ନିଶମ ବିଭାଗ ସହାୟତାରେ ଯୁବକଙ୍କୁ ଖୋଜିବାର ପ୍ରୟାସ କରାଯିବ ବୋଲି କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7