ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ଯାହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି।ଭୂମିକମ୍ପର କେନ୍ଦ୍ରସ୍ଥଳ ୪୧.୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୨.୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ୪ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪:୨୭ ମିନିଟରେ କୁମାମୋଟୋ ପ୍ରଦେଶରେ ଏକ ଶକ୍ତିଶାଳୀ ଏବଂ ବିନାଶକାରୀ ଭୂମିକମ୍ପ ହୋଇଥିଲା,ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାପାନ ପାଣିପାଗ ସଂସ୍ଥା (JMA)ସତର୍କ କରାଇ ଦେଇଛି ଯେ ଆଗାମୀ ସପ୍ତାହ ପାଇଁ ଲୋକଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦୁଇରୁ ତିନି ଦିନ ବିଶେଷ ଭାବରେ ସମ୍ବେଦନଶୀଳ ହୋଇପାରେ,ଜାପାନର ସିଣ୍ଡୋ ସ୍କେଲରେ ସର୍ବାଧିକ7ତୀବ୍ରତା ପର୍ଯ୍ୟନ୍ତ ଆଉ ଏକ ଭୂମିକମ୍ପ ହୋଇପାରେ।