ଭୁବନେଶ୍ୱର ୦୨।୦୭ : ଟେନସନରେ ଜେଲ୍ କର୍ତ୍ତୃପକ୍ଷ । ଝାରପଡ଼ା ଜେଲରେ ବଢୁଛି HIV ପଜିଟିଭ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଛି । କିଛି ଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ ଆକ୍ରାନ୍ତ ହୋଇଥିଲେ । କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ ।