ବିଶେଷ କରି ଝୋଟ ବ୍ୟାଗ୍, ସାଜସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ଉତ୍ପାଦର ଗୁଣବତ୍ତା ଓ ଆକର୍ଷଣୀୟ ଡିଜାଇନର ସାମଗ୍ରୀର ଭୁୟସୀ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବାକୁ ତନ୍ତରେ ଶାଢ଼ି ବୁଣିବାକୁ ଚେଷ୍ଟା କରିଥିଲେ । ଯାହା ବୁଣାକାର ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା । - ବାଣୀବିହାର କେନାଲରେ ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଅନିଲଙ୍କୁ ଖୋଜାଯିବ ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଉତ୍ପାଦର ଗୁଣବତ୍ତା, ଡିଜାଇନ୍, ପ୍ୟାକେଜିଂ ଏବଂ ବଜାର ସଂଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ପରାମର୍ଶ ଦେଇଥିଲେ । ସ୍ଥାନୀୟ କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ପାଦକୁ ବୃହତ୍ ବଜାରରେ ପହଞ୍ଚାଇବା ପାଇଁ ବିଭିନ୍ନ ସୁଯୋଗର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପରିବେଶ ଅନୁକୂଳ ପାଟ ଉତ୍ପାଦର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଏଭଳି ଅଭିନବ ଉଦ୍ୟମ ସ୍ଥାନୀୟ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସହିତ ଗ୍ରାମୀଣ ଜୀବିକାର ବିକାଶରେ ସହାୟକ ହେବ । ପ୍ରଶାସନ ପକ୍ଷରୁ ଏପରି ଉଦ୍ୟମକୁ ଆବଶ୍ୟକ ସହଯୋଗ ଓ ପ୍ରୋତ୍ସାହନ ନିଶ୍ଚିତ ଭାବେ ମିଳିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ l