ଆନନ୍ଦପୁର,୦୪|୦୭: ଗଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ । ୭ ଆହତ । ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ପୌରାଞ୍ଚଳ ଅଧିନ ଘସିପୁରା ପେଟ୍ରୋଲ ପମ୍ପ ଛକଠାରେ । ସୂଚନାନୁସାରେ, ଶନିବାର ଭୋର ସମୟରେ ଝାରସୁଗୁଡାରୁ ଭଦ୍ରକ ଯାଉଥିବା ଜେକେ ଟ୍ରାଭେଲ୍ସ ନାମକ ଘରୋଇ ବସ୍ ପେଟ୍ରୋଲ ପମ୍ପ ଛକ ନିକଟରେ ଥିବା ଏକ ଗଛକୁ ଧକ୍କା ଦେଇଛି ।