Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କାଲି ଫିଟ୍ ଆଜି ଆହତ ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୋଡରେ ଲାଗିଲା ଆଘାତ, ଚିନ୍ତାରେ ଟିମ୍

NEWS7 1 week ago
 ବେଙ୍ଗାଲୁରୁ, ୦୧/୦୯: ସୋମବାର ଆସିଥିଲା ଖବର । ଫିଟ୍ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଖୁସି ହୋଇଯାଇଥିଲା ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ୍ । ପାଣ୍ଡ୍ୟା କମ୍ ବ୍ୟାକ୍ କରିବା ପରେ ଚାପ କମିବ ବୋଲି ଭାବିଥିଲା ଟିମ୍ । ଏବେ କିନ୍ତୁ ପୁଣି ପାଣ୍ଡ୍ୟାଙ୍କୁ ନେଇ ଆସିଛି ବଡ ଖବର । ସେ ପୁଣି ଆହତ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଟ୍ରେନିଂ ସମୟରେ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଛି । ତେଣୁ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ତିନୋଟି ଟି୨୦ ମ୍ୟାଚରେ ସେ ଖେଳିବେ ନା ନାହିଁ ତାକୁ ନେଇ ଏବେ ବଡ ପ୍ରଶ୍ନ । ଗୋଟିଏ ଘରୁ ମିଳିଲା ୨୩ ମୃତଦେହ !

ଡରିଗଲେ ଉଦ୍ଧାରକାରୀ ଟିମ୍, ନେପାଳ ପ୍ରଳୟର ଛାତିଥରା ଦୃଶ୍ୟ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ଫିଟ୍ ଥିଲେ । ଏପରିକି ଦଳକୁ ଫେରିବା ରାସ୍ତା ସଫା ଥିଲା । ଟ୍ରେନିଂରେ ମଧ୍ୟ ଭାଗ ନେଉଥିଲେ । କିନ୍ତୁ ଏବେ ତାଙ୍କ ଗୋଡରେ ଆଘାତ ଲାଗିଛି ।

ତେଣୁ ସେ ଏବେ ବୋଲିଂ କରୁ ନାହାଁନ୍ତି । ବୋଲିଂ ପାଇଁ ତାଙ୍କୁ ବାରଣ କରାଯାଇଛି । କୁହାଯାଉଛି ଯେ, ହାର୍ଦ୍ଦିକ ଖୁବ୍ ଶୀଘ୍ର ବୋଲିଂ ଅଭ୍ୟାସ କରିପାରନ୍ତି । କିନ୍ତୁ ସେପ୍ଟେମ୍ବର ୧୩ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ଆବଶ୍ୟକ ଫିଟନେଶ୍ ତାଙ୍କର ଏବେ ନାହିଁ ।

ଏହାକୁ ହାସଲ କରିବା ତାଙ୍କ ପାଇଁ କଠିନ ହୋଇପାରେ । ତାଙ୍କର ବ୍ୟାଟିଂ ଏବଂ ମୁଭମେଣ୍ଟକୁ ନେଇ କୌଣସି ସମସ୍ୟା ନାହିଁ । କିନ୍ତୁ ଗୋଡରେ ଆଘାତ ଲାଗିଛି । ଫଳରେ ସେ ବୋଲିଂ କରିପାରୁନାହାଁନ୍ତି ।

ଏବେ ସେଣ୍ଟର ଅଫ୍ ଏକ୍ସଲେନ୍ସରୁ କ୍ଲିଅରାନ୍ସ ମିଳିବା ପରେ ହିଁ ହାର୍ଦ୍ଦିକଙ୍କୁ ଦଳରେ ସ୍ଥାନ ମିଳିବ । ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଦଳରେ ଚୟନ ପୂର୍ବରୁ ସେ ଫିଟ୍ ହେବେ ବୋଲି ସମସ୍ତେ ଆଶା କରୁଛନ୍ତି । କିନ୍ତୁ ବାରମ୍ବାର ଆହତ ସମସ୍ୟା ଦଳରେ ନିଶ୍ଚୟ ଭାବେ ସନ୍ତୁଳନକୁ ବିଗାଡୁଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7