Dailyhunt

କଣାସରେ ଯୁବକଙ୍କୁ ବୁଲେଟ ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା, କ୍ରାଇମ ସିନ୍ ରିକ୍ରିଏସନ

NEWS7 4 days ago
 କଣାସ: କଣାସ ବଜାରରେ ସର୍ବସମ୍ମୁଖରେ ବର୍ବର କାଣ୍ଡ ଘଟାଇ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ଆଉ ୩ ଫେରାର ଥିବା ବେଳେ, ସେମାନଙ୍କୁ ଧରିବାକୁ ସାଇବର ସେଲର ସହାୟତାରେ ସର୍ଚ୍ଚ ଜାରି ରଖିଛି ସ୍ପେଶାଲ ସ୍କ୍ୱାର୍ଡର ଚାରି ଜଣିଆ ପୋଲିସ ଦଳ। ଏପଟେ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିଛି।
ବଡ଼ କଥା ହେଲା ଘଟଣାକୁ ଚାରି ଦିନ ବିତିଯାଇଥିଲେ ବି ସ୍ଥାନୀୟ ଲୋକେ ଭୟରେ ମୁହଁ ଖୋଲୁନାହାଁନ୍ତି। ତଥାପି ଘଟଣା ଘଟାଇ ଥିବା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି କଣାସବାସୀ। ସେପଟେ, ଏହି ବର୍ବର କାଣ୍ଡ ପାଇଁ କଣାସ ଥାନାରୁ ୩ ଜଣ ଏଏସଆଇଙ୍କ ସମେତ ଅନ୍ୟ ୫ଟି ଥାନାରୁ ୮ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି ଏସପି । ଯୁବକଙ୍କୁ ମାଛକଟା ପନିକିରେ ହାଣି ବୁଲେଟ ଚଢ଼ାଇଦେବା ଘଟଣା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ସୂଚନାଥାଉକି, ଗତ ରବିବାର ସକାଳେ ପିପିଲି କଣାସ ମୁଖ୍ୟରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୫- ୭ ଯୁବକ।

ଆକ୍ରମଣର ଶିକାର ହୋଇଥିଲେ କଣାସ ଦୋକନ୍ଦା ଗାଁ’ର ମୃତ୍ୟୁଞ୍ଜୟ ଭାରିମଲ। ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୃତ୍ୟୁଞ୍ଜୟଙ୍କୁ ଗୋଡ଼ାଇ ଗୋଡ଼ାଇ ମାଛକଟା ପନିକିରେ ହାଣିପକାଇଥିଲେ। ଏଥିରେ ତାଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯାଇଥିଲା। ଖାଲି ଏତିକିରେ ସରିନଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ।

ଏହାପରେ ଅଭିଯୁକ୍ତମାନେ ମୃତ୍ୟୁଞ୍ଜୟଙ୍କ ଉପରେ ଏକ ବୁଲେଟ ଗାଡ଼ି ମଧ୍ୟ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ବଡ଼ କଥା ହେଲା ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ଧରି ଏଭଳି କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଥିଲେ ମୃତ୍ୟୁଞ୍ଜୟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ମେଡିକାଲକୁ ପଠାଇଥିଲା। ଏବେବି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମୃତ୍ୟୁଞ୍ଜୟ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7