କନ୍ଧମାଳ ୨।୯: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗା ଗ୍ରାମର ନିଃସନ୍ତାନ ଦମ୍ପତି ଲଳିତା କହଁର ଓ କାହ୍ନୁ କହଁରଙ୍କୁ ବିଷ ଦେଇ ମାରିଥିବା ଅଭିଯୋଗରେ ଅଭିଯୁକ୍ତ ଗୁଣିଆ ମିଥୁନ ଦିଗାଲ ଓରଫ ଅନିଲ ପ୍ରଧାନକୁ ଗିରଫ କରିଛି ପୋଲିସ । ତାକୁ ବ୍ରହ୍ମପୁରରୁ କନ୍ଧମାଳ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଏହା ସହିତ ତାକୁ ସହଯୋଗ କରିଥିବା ଅଭିଯୋଗରେ ଆଉ ଜଣେ ମହିଳାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।ତାପରେ ସ୍ୱାମୀ କାହ୍ନୁ କହଁର ଗ୍ରାମରେ ପତ୍ନୀର ଶବ ଦାହ କରିବା ପରେ ବିଷକ୍ରିୟା ଯୋଗୁଁ ଗୁରୁତର ହୋଇ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଗ୍ରାମବାସୀ ଅଭିଯୁକ୍ତ ଗୁଣିଆକୁ ଗିରଫ କରିବା ପାଇଁ ଦାବି କରିଥିଲେ । - PUCC ଜରିମାନାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କେଉଁ ଗାଡ଼ିକୁ କେତେ ଫାଇନ୍ ତେବେ ଆତ୍ମ ଘୋଷିତ ଗୁଣିଆ ଅନିଲ ପ୍ରଧାନ ଲକ୍ଷାଧିକ ଟଙ୍କା ଓ ଗହଣା ନେଇ ପ୍ରଥମେ ଦେଇଥିବା ଔଷଧ କାମ ଦେଇନଥିଲା ଔଷଧ କାମ ନଦେବାରୁ କାହ୍ନୁ ଗୁଣିଆକୁ ଦେଇଥିବା ଟଙ୍କା ଓ ସୁନା ଫେରସ୍ତ ମାଗିଥିଲେ । ଇତି ମଧ୍ୟରେ ସନ୍ତାନ ଆଶାରେ ଆତ୍ମ ଘୋଷିତ ଗୁଣିଆ ସହ ଲଳିତାଙ୍କର ଅନୈତିକ ସମ୍ପର୍କ ଗଢି ଉଠିଥିଲା ।
ଲଳିତା ଗୁଣିଆ ଅନିଲକୁ ବିବାହ କରିବାକୁ ଚାହୁଁଥିଲା । ଅନିଲ ପୂର୍ବରୁ ବିବାହିତ ଥିଲା । ଫଳରେ ଆତ୍ମ ଘୋଷିତ ଗୁଣିଆ ଅନିଲ ଉଭୟ କାହ୍ନୁ ଏବଂ ଲଳିତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ଔଷଧ ନାମରେ କୀଟନାଶକ ବିଷ ଦେଇଥିବା କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି । Watch Video:
