ରାୟଗଡ଼ା ୮।୪: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଖଣି ପ୍ରଭାବିତ ଓ ପୋଲିସ ମଧ୍ୟରେ ଏବେ ବି ଛକାପଞ୍ଝା ଲାଗି ରହିଛି । ବ୍ଲକର କଣ୍ଟାମାଳ, ଶାଗବାରୀ, ବନ୍ତୋଜି ଓ ଆମ୍ବପଦରରେ ଆଦିବାସୀ ମାନେ ମେଳି ହେଉଛନ୍ତି । ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି । ଶାଗୁବାରୀରେ ବେଦାନ୍ତର ରାସ୍ତା ନିର୍ମାଣକୁ ନେଇ ପୋଲିସ ଓ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ସୋମବାର ମଧ୍ୟରାତ୍ରିରେ ଲୋକେ ସଂଘବଦ୍ଧ ଭାବେ ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଯେକୌଣସି ସମୟରେ ପୁଣି ଥରେ କାଶୀପୁର ଅଶାନ୍ତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନକରିବାକୁ ଖଣି ପ୍ରଭାବିତ ଲୋକ ମାନଙ୍କୁ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଅପିଲ୍ କରିଛନ୍ତି ।
