ନୂଆଦିଲ୍ଲୀ: ରାଜସ୍ଥାନ ଦୌସାର ଚର୍ଚ୍ଚିତ ଯୁବ ଉଦ୍ୟୋଗୀ ରୋହିତ ଶର୍ମାଙ୍କ ପରଲୋକ ହୋଇଛି। ନିଜର ପ୍ରସିଦ୍ଧ ଷ୍ଟାର୍ଟଅପ୍ 'ଚାଏୱାଲାଜ୍' (Chaiwala's) ପାଇଁ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ ରୋହିତ। ହେଲେ ୩୦ ବର୍ଷ ବୟସରେ ତାଙ୍କର ଏହି ଆକସ୍ମିକ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଶନିବାର ରୋହିତଙ୍କ ମୃତଦେହ ତାଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ଜୟପୁରର ମାନସରୋବରରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ପରବର୍ତ୍ତୀ ସମୟରେ ରାଜସ୍ଥାନରେ ପ୍ରାୟ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଆଉଟଲେଟ୍ ଖୋଲିବାରେ ସଫଳ ହୋଇଥିଲା। ୨୦୨୨ରେ ମିଳିଥିଲା 'ନ୍ୟାସନାଲ MSME ଆୱାର୍ଡ' ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବେ ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ଗ୍ଲୋବାଲ୍ ଇଣ୍ଡିଆ ବିଜନେସ୍ ଫୋରମ୍ ପକ୍ଷରୁ ୨୦୨୨ ମସିହାରେ ପ୍ରତିଷ୍ଠିତ ନ୍ୟାସନାଲ MSME ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହାସହ ସେ 'ମିଶନ ହେଲ୍ପଲାଇନ' ଜରିଆରେ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସାମାଜିକ କ୍ଷେତ୍ରରେ ମଧ୍ୟ ବେଶ୍ ପରିଚିତ ଥିଲେ। ମାନସିକ ଚାପରୁ ମୁକ୍ତି ଦେଇଥାଏ ପ୍ରକୃତ ବନ୍ଧୁ !
ବ୍ୟବସାୟ ଛାଡ଼ି ବାଛି ନେଇଥିଲେ ଆଧ୍ୟାତ୍ମିକତାର ମାର୍ଗ ସଫଳତାର ଶୀର୍ଷରେ ଥିବା ବେଳେ ପ୍ରାୟ ୬ ମାସ ପୂର୍ବରୁ ସେ ନିଜର ସମସ୍ତ ଆଉଟଲେଟ୍ ବନ୍ଦ କରିଦେଇ ସମ୍ପୂର୍ଣ୍ଣ ରୂପେ ଆଧ୍ୟାତ୍ମିକ ଦୁନିଆରେ ପାଦ ଥାପିଥିଲେ। ସେ ସୋସିଆଲ ମିଡିଆରେ ନିଜ ନାଁ ବଦଳାଇ 'ରୋହିତ ଶିବୋହମ୍' ରଖିଥିଲେ ଏବଂ ଭକ୍ତିପୂର୍ଣ୍ଣ ଭିଡିଓ ଓ ସନ୍ଥମାନଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା। ରାଜନୀତି ଓ ଲେଖନୀରେ ଥିଲା ରୁଚି କେବଳ ବ୍ୟବସାୟ ନୁହେଁ, ସେ ୨୦୨୪ ଦୌସା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିଥିଲେ, କିନ୍ତୁ ପରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ଏହା ବ୍ୟତୀତ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ 'ତତ୍ସୁଖେ ସୁଖିତ୍ୱମ୍' ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା।
