ପାଟଣା ୩୦।୦୪ : ମାଟି ଖୋଳି ଭଉଣୀର କଙ୍କାଳକୁ ଭାଇ ବ୍ୟାଙ୍କକୁ ଆଣିବା ଘଟଣା । ପ୍ରାଥମିକ ଅନୁସନ୍ଧାନାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଆରଡିସି । ପ୍ରାଥମିକସ୍ତରରେ ଜଣାପଡୁଛି କି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବହେଳା ରହିଛି ବୋଲି ଆରଡିସି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି । ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି । ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି ।
ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି। ଯାହା ଘଟିଲା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଜିତୁ ମୁଣ୍ଡା ଓ ମୃତ ଭଉଣୀ କରଲା ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚିହ୍ନିଛନ୍ତି । ଦୁଇ ଭାଇଭଉଣୀ ପୂର୍ବରୁ ୮ ଥର ଆସି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି ।
ଫେବ୍ରୁଆରୀରେ କଲରା ମୁଣ୍ଡାଙ୍କ ମୃତ୍ୟୁ ସତ୍ତ୍ବେ କାହିଁକି ସାର୍ଟିଫିକେଟ୍ ମିଳିନଥିଲା । ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ ସମ୍ପର୍କରେ ଜ୍ଞାନ ରହିଛି । ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି, ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଏକ ଭୁଲ।
-Berhampur Businessman Murder : ଟଙ୍କା ପାଇଁ ଟେନ୍ସନ୍ରେ ଥିଲେ କାଳୁ, ଝିଆରୀ ନିବେଦିତା ଦେଖାଇଲା ଟଙ୍କା ପାଇବାର ରାସ୍ତା ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଗାଁରେ ବ୍ୟାଙ୍କକୁ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ଭଉଣୀର ଗଳିତ ମୃତଦେହ ଧରି ପହଞ୍ଚିଥିଲେ । ବ୍ୟାଙ୍କ କୁଆଡେ ଭଉଣୀର ମୃତ୍ୟୁ ପାଇଁ ପ୍ରମାଣ ମାଗିଥିଲା । ଯାହାଫଳରେ ଭାଇ ମାଟି ଖୋଳି ଭଉଣୀର ଗଳିତ ମୃତଦେହକୁ ଧରି ବ୍ୟାଙ୍କରେ ପହଞ୍ଚିଥିଲା । ଯାହାପରେ ଏହି ଘଟଣା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।
ଏପିରିକି ମୁଖ୍ୟମନ୍ତ୍ରୀ ଆରଡିସି ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗଣମାଧ୍ୟମରେ ଖବର ବାଜିବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପ୍ରମାଣପତ୍ର ଜିତୁ ମୁଣ୍ଡାକୁ ଯୋଗାଇ ଦିଆଯାଇଥିଲା । ଏହାପରେ ବ୍ୟାଙ୍କ ପକ୍ଷରୁ ୧୯ ହଜାର ୪୨୦ ଟଙ୍କା ଏବଂ ରେଡ୍କ୍ରସ ପକ୍ଷରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମଧ୍ୟ ସହାୟତାର ରାଶି ବଢାଯାଇଥିଲା । ଏପିରିକି ବିଜେଡି ଏବଂ ବିଧାୟକଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେଇଥିଲେ