ଏହି ସମୟରେ ଅସାବଧାନତା ବଶତଃ ସେ ନଦୀ ସ୍ରୋତରେ ଭାସି ଯାଇଥିଲେ । ନଦୀରେ ସେ ଭାସି ଯାଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ମଧ୍ୟ ଦେଖୁଦେଖୁ ସେ ହଠାତ୍ ପାଣି ଭିତରେ ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବିଞ୍ଝାରପୁର ଦମକଳ ବାହିନୀ ତତ୍ପରତା ଦେଖାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲା । ଦୀର୍ଘ ଏକ ଘଣ୍ଟାର ପ୍ରାଣମୂର୍ଚ୍ଛା ରେସକ୍ୟୁ ଅପରେସନ ପରେ ବୃଦ୍ଧଙ୍କୁ ନଦୀ ଭିତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ନରେନ୍ଦ୍ର ବେହେରାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।