Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କିର୍ଗିସ୍ତାନରେ ଇରାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ: ଏହି ସାକ୍ଷାତକାର କାହିଁକି ଗୁରୁତ୍ୱପୂର୍ଣ୍ଣ ?

NEWS7 5 days ago
 ନୂଆଦିଲ୍ଲୀ: କିର୍ଗିସ୍ତାନର ରାଜଧାନୀ ବିଶ୍କେକଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଛି। ଗତ ଫେବୃଆରୀ ମାସରେ ଇରାନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତକାର ।
ଏହି ବୈଠକରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସାମ୍ପ୍ରତିକ ସ୍ଥିତି ସମୀକ୍ଷା କରିବା ସହ ଉଭୟ ଦେଶର ସ୍ୱାର୍ଥ ଜଡ଼ିତ କ୍ଷେତ୍ରଗୁଡ଼ିକରେ ମିଳିତ ସହଯୋଗକୁ ଅଧିକ ସୁଦୃଢ଼ ଓ ପ୍ରସାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଅବ୍ବାସ ଆରାଘଚିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଏହି ସାକ୍ଷାତକାରର ଗୁରୁତ୍ୱଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତ ପୂର୍ବରୁ ଇରାନର ଶୀର୍ଷ ଦଶଟି ବାଣିଜ୍ୟିକ ଭାଗିଦାରୀ ଦେଶ ମଧ୍ୟରୁ ଅନ୍ୟତମ ଥିଲା।

କିନ୍ତୁ ହର୍ମୁଜ ପ୍ରଣାଳୀ (Strait of Hormuz) ବନ୍ଦ ରହିବା ଏବଂ ତେହେରାନ ଉପରେ ଆମେରିକାର କଟକଣା ଯୋଗୁଁ ଆର୍ଥିକ କାରବାର ବାଧାପ୍ରାପ୍ତ ହୋଇଛି । ଜୁନ୍ ମାସରେ ଉଭୟ ନେତା ଟେଲିଫୋନ ଯୋଗେ କଥା ହୋଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ପାଇଁ ନିରନ୍ତର ଉଦ୍ୟମ ଉପରେ ବଳ ଦେଇଥିଲେ। ଇରାନ ରାଷ୍ଟ୍ରପତି ପେଜେସ୍କିଆନ ସଂଘର୍ଷର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ଚାହୁଁଥିବା ପ୍ରକାଶ କରିବା ସହ ଆଞ୍ଚଳିକ ଅସ୍ଥିରତା ସମସ୍ତ ଦେଶ ପାଇଁ କ୍ଷତିକାରକ ବୋଲି ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି କିର୍ଗିସ୍ତାନର ଖାସ୍ ମେନ୍ୟୁ, ଖାଇବାରେ ରହିବ ‘ଥେପଲା’ରୁ ଆରମ୍ଭ କରି ଶାକାହାରୀ ‘ଲଘମନ’ ସେପଟେ ପ୍ରଧାନମନ୍ତ୍ରୀ ମୋଦୀ କିର୍ଗିଜ ରାଷ୍ଟ୍ରପତି ସାଦିର ଜାପାରୋଭଙ୍କ ନିମନ୍ତ୍ରଣ କ୍ରମେ '୬ଷ୍ଠ ୱାର୍ଲ୍ଡ ନୋମାଡ ଗେମ୍ସ'ର ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7