କୋଲକାତା, ୦୬/୦୪ : ବର୍ଷାରେ ଧୋଇଗଲା ଆଇପିଏଲ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଉଥିବା ମୁକାବିଲା ବାତିଲ ହୋଇଛି । ପ୍ରବଳ ବର୍ଷା ପାଇଁ କିଛି ଓଭର ଖେଳ ହୋଇପାରିଥିଲେ । ଏହାପରେ ବର୍ଷା ହେବାରୁ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଆଉଟ୍ ଫିଲ୍ଡ ଓଦା ଥିବାରୁ ଏହାକୁ ବାତିଲ କରାଯାଇଛି । ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ୍ କିଙ୍ଗସ୍ ।କ୍ରିଜରେ କେଏଲ ରାହୁଲ ଏବଂ ଅଙ୍ଗକ୍ରିଶ୍ ରଘୁବଂଶୀ ଥିବା ବେଳେ ବର୍ଷା ହୋଇଥିଲା । ବର୍ଷା ବେଳେ କେକେଆରର ସ୍କୋର ୩.୪ ଓଭରରେ ୨୫ ରହିଥିଲା । ହେଲେ ପ୍ରାୟ ଅଢେଇ ଘଣ୍ଟା ବର୍ଷା ହୋଇଥିଲା । ପ୍ରାୟ ୧୦ଟା ୫୫ରେ ବର୍ଷା ଛାଡିଯାଇଥିଲେ ବି ଷ୍ଟାଡିୟମ ଓଦା ଥିବାରୁ ଏହାକୁ ବାତିଲ କରିବା ପାଇଁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ । ଏହାସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି ।
