ରାୟଗଡ଼ା ୦୧।୦୯ : ଋଣ ବୋଝରେ ଅସହାୟ ହୋଇପଡ଼ିଛନ୍ତି ଜଣେ ଭକ୍ତ । ଚାରିଆଡ଼ୁ ନିରାଶ ହୋଇ ଶେଷରେ ମା' ମଝିଘରିଆଣୀଙ୍କ ଚରଣରେ ନିଜ ଦୁଃଖ ଜଣାଇଛନ୍ତି। ଋଣମୁକ୍ତ ହେବା ପାଇଁ ମା’ଙ୍କୁ ଏକ ଭାବବିହ୍ବଳ ଚିଠି ଲେଖ୍ ଦାନହୁଣ୍ଡିରେ ପକାଇଛନ୍ତି। ଆଜି ଦାନହୁଣ୍ଡି ଖୋଲିବା ବେଳେ ଚିଠିଟି ସାମ୍ନାକୁ ଆସିଛି । ଚିଠିଟି ପଢ଼ିବା ପରେ ସେଠାରେ ଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଭାବବିହ୍ବଳ ହୋଇପଡ଼ିଛନ୍ତି।ସେ ଓ ତାଙ୍କ ପରିବାର ଭୀଷଣ ମାନସିକ ଚାପରେ ରହିଛନ୍ତି। ଏହି କଷ୍ଟରୁ ତାଙ୍କୁ ଉଦ୍ଧାର କରି ଋଣମୁକ୍ତ କରନ୍ତୁ। ଏଥିଲାଗି ନିଜକୁ ମା’ଙ୍କ ଚରଣରେ ସମର୍ପି ଦେଇଥିବା ଜଣାଇଛନ୍ତି । ଯେଉଁ ୨୩ ଜଣଙ୍କଠାରୁ ଋଣ ନେଇଛନ୍ତି, ସେମାନଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । - ମାସ ଆରମ୍ଭରୁ LPG ସିଲିଣ୍ଡରର ନୂଆ ଦର ଲାଗୁ, ବଢ଼ିଲା ଏତେ ଦର ଲୋକେ ହେଲେଣି ଛାନିଆ....
