Dailyhunt

'ଲେବାନନ ଉପରେ ଆକ୍ରମଣ ଜାରି ରହିଲେ ଭାଙ୍ଗିବ ଅସ୍ତ୍ରବିରତି...', ଧମକ ଦେଇ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲା ଇରାନ

NEWS7 4 days ago
 ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସିଜଫାୟାର ବା ଅସ୍ତ୍ରବିରତି ଘୋଷଣା ହୋଇଛି। ହେଲେ ସେପଟେ କିନ୍ତୁ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏମିତିରେ ଇରାନ, ଲେବାନନ ଉପରେ ଆକ୍ରମଣ ଜାରି ରହିଲେ ଅସ୍ତ୍ରବିରତିରୁ ପଛକୁ ହଟିବା ନେଇ ଧମକ ଦେଇଛି। ଖାଲି ସେତିକି ନୁହେଁ ହର୍ମୁଜ୍ ପ୍ରଣାଳୀ ଦେଇ ଟ୍ୟାଙ୍କର୍ ଚଳାଚଳକୁ ମଧ୍ୟ ଅବରୋଧ କରିଛି।
ପ୍ରକୃତରେ ଆମେରିକା ଏବଂ ଇରାନର ଯୁଦ୍ଧବିରତି ସତ୍ତ୍ୱେ, ଇରାନ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଆକ୍ରମଣ ପାଇଁ ଇରାନ, ଇସ୍ରାଏଲ ଉପରେ ଅସ୍ତ୍ରବିରତି ଉଲ୍ଲଘଂନ ଅଭିଯୋଗ ଆଣିଛି। ଇରାନର ଲଭାନ ଏବଂ ସିରି ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ ହୋଇଛି। ଏମିତିରେ ଲେବାନନ ଉପରେ ଇସ୍ରାଏଲୀ ଆକ୍ରମଣ ପରେ, ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଟ୍ୟାଙ୍କରଗୁଡ଼ିକର ଗତିବିଧିକୁ ଅବରୋଧ କରିଛି।

ସେପଟେ ଇସ୍ରାଏଲ ଏହା ପୂର୍ବରୁ କହିଛି ଯେ, ଯୁଦ୍ଧବିରତିର ସର୍ତ୍ତାବଳୀ ଲେବାନନ ଉପରେ ଲାଗୁ ହେଉନାହିଁ। ଅସ୍ତ୍ରବିରତି ସର୍ତ୍ତାବଳୀରେ ଲେବାନନକୁ ସାମିଲ କରାଯାଇନାହିଁ ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ଏହି ଚୁକ୍ତିନାମା କେବଳ ଆମେରିକା ଏବଂ ଇରାନ ପାଇଁ। ଲେବାନନ୍ ଏଥିରେ ଅନ୍ତର୍ଭୁକ୍ତ ନୁହେଁ। ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଯେ ଯୁଦ୍ଧବିରତି ସର୍ତ୍ତାବଳୀ ସେଠାରେ ପ୍ରଯୁଜ୍ୟ ନୁହେଁ କାରଣ ହିଜବୋଲ୍ଲା ଲେବାନନରେ ସକ୍ରିୟ ରହିଛି।

ଇସ୍ରାଏଲ ଗୋଟିଏ ପଟେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସମର୍ଥନ କରିଥିଲା, ଅନ୍ୟପଟେ ଲେବାନନ୍ ଉପରେ ବିମାନ ଆକ୍ରମଣକୁ ତୀବ୍ର କରିଥିଲା। ହୋର୍ମୁଜରୁ ଟୋଲ ଅସୁଲ ପାଇଁ ଇରାନ ସହ ଜଏଣ୍ଟଭେଞ୍ଚର କରିବାକୁ ଚାହାନ୍ତି ଆମେରିକା ରାଷ୍ଟ୍ରପତି ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତି ଯୁଦ୍ଧର ପ୍ରାୟ ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଛି। ୧୪ ଦିନ ପାଇଁ ହୋଇଥିବା ଏହି ଅସ୍ତ୍ରବିରତିରେ ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ। ହେଲେ ମାତ୍ର କିଛି ଘଣ୍ଟା ପରେ ଇରାନ ଯୁଦ୍ଧବିରତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଜାରି କରି ଯୁଦ୍ଧବିରତିରୁ ଓହରିଯିବାକୁ ଧମକ ଦେଇଛି।

ଅବଶ୍ୟ ଇସ୍ରାଏଲ ଲେବାନନରେ ଏହାର ଆକ୍ରମଣ ଜାରି ରଖିପାରେ। ଇସ୍ରାଏଲୀ ଆକ୍ରମଣକୁ ନିନ୍ଦା କଲେ ଲେବାନନ୍ ରାଷ୍ଟ୍ରପତି ଅନ୍ତର୍ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁସାରେ, ଲେବାନନ୍ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଇସ୍ରାଏଲୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସେ ବେରୁତ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଇସ୍ରାଏଲୀ ଆକ୍ରମଣକୁ ବର୍ବର ବୋଲି କହିଛନ୍ତି ଏବଂ ଉତ୍ତେଜନା ବୃଦ୍ଧି ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି। IDF ଆକ୍ରମଣରେ ହଜାର ହଜାର କୋଠା ଧ୍ୱଂସ ହୋଇଛି ଏବଂ ହସ୍ପିଟାଲ ନଷ୍ଟ ହୋଇଛି।

ଉଦ୍ଧାରକାରୀମାନେ ଧ୍ୱଂସାବଶେଷରୁ ମୃତଦେହ ଖୋଜୁଛନ୍ତି। Watch Video : ଯୁଦ୍ଧ ବିରତି ଘୋଷଣା, କିନ୍ତୁ ଇରାନରେ ଖସି ପଡିଲା ଆମେରିକାର ଯୁଦ୍ଧ ବିମାନ ! ଭିଡିଓ ସେୟାର କଲା ତେହେରାନ ମିଡିଆ ଲେବାନନରେ ୮୯ ଜଣଙ୍କର ମୃତ୍ୟୁ, ୭୦୦ ଆହତ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ରଏଟର୍ସକୁ କହିଛନ୍ତି ଯେ, ବୁଧବାର ଲେବାନନରେ ଇସ୍ରାଏଲୀ ଆକ୍ରମଣରେ ୮୯ ଜଣ ପ୍ରାଣ ହରାଇଛନ୍ତି ଏବଂ ୭୦୦ ଜଣ ଆହତ ହୋଇଛନ୍ତି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7