ନୂଆଦିଲ୍ଲୀ: ଦେଶରେ କକ୍ରୋଚ୍ ଜନତା ପାର୍ଟି (CJP)କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । କକ୍ରୋଚ୍ ଜନତା ପାର୍ଟି ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ଆତ୍ମପ୍ରକାଶ କରିବା ପରେ, ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଯଦିଓ ଏହି ପେଜ୍କୁ ଟ୍ବିଟରରେ ବନ୍ଦ କରିଦିଆଯାଇଛି, କିନ୍ତୁ ଇନଷ୍ଟାଗ୍ରାମରେ ଏର ଫଲୋୟର୍ସଙ୍କ ସଂଖ୍ୟା ଖୁବ ଅଧିକ । ଏବେ ଏହି ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ ପେଜ୍ ବାସ୍ତବରେ ଲଢ଼େଇ ଆରମ୍ଭ କରିବାକୁ ଯୋଜନା କରିଛି । ସିଜେପି ପକ୍ଷରୁ ଗ୍ରାଉଣ୍ଡ କ୍ୟାମ୍ପେନ ଆରମ୍ଭ ହୋଇଛି । ଏହାର ପ୍ରତିଷ୍ଠାତା ଅଭିଜିତ ଦୀପକେ ନିଜର ଏକ୍ସ (ପୂର୍ବର ଟ୍ୱିଟର) ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇ ଲେଖିଛନ୍ତି, ‘ଆମେ ଆମର ପ୍ରଥମ ଗ୍ରାଉଣ୍ଡ କ୍ୟାମ୍ପେନ — #LifeOfACockroach (ଏକ ଅସରପାର ଜୀବନ) ଲଞ୍ଚ କରୁଛୁ।’ Launching our first ground campaign- #LifeOfACockroach Cockroaches, it’s time to get to work. See a pothole that could swallow a scooter?
A broken streetlight? Garbage piling up? A government office that has forgotten what “public service” means? Record it.
Shoot it. Document… pic.twitter.com/0THiakCtNz — Cockroach is Back (@Cockroachisback) May 29, 2026 ନାଗରିକଙ୍କ ସମସ୍ୟାର ସମାଧାନ ଏହି ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ପକ୍ଷରୁ ସାଧାରଣ ନାଗରିକମାନଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା କିମ୍ବା ଅସୁବିଧା ବିଷୟରେ ଜଣାଇବାକୁ ଅନୁରୋଧ କରାଯାଇଛି। ଦଳ ପକ୍ଷରୁ ଲୋକମାନଙ୍କୁ ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମା (Potholes, ଅଚଳ କିମ୍ବା ଭାଙ୍ଗିଯାଇଥିବା ଷ୍ଟ୍ରିଟ୍ ଲାଇଟ୍, ଚାରିପାଖରେ ଜମି ରହିଥିବା ଆବର୍ଜନା କିମ୍ବା ଅଳିଆ ଗଦା ଏବଂ ସରକାରୀ ବିଭାଗଗୁଡ଼ିକର ଅବହେଳା ସଂପର୍କରେ ଭିଡିଓ କିମ୍ବା ଫଟୋ ଉଠାଇ ସେମାନଙ୍କ ସହ ସେୟାର କରିବାକୁ କୁହାଯାଇଛି । ଏହି ଅଭିଯାନ ଅନୁଯାୟୀ, ଯେତେବେଳେ ଜନସାଧାରଣ ଏହି ସମସ୍ୟାଗୁଡ଼ିକର ପ୍ରମାଣ ପଠାଇବେ, ସେତେବେଳେ କୋକ୍ରୋଚ୍ ଜନତା ପାର୍ଟିର ସଦସ୍ୟମାନେ ସେହି ସମସ୍ୟାକୁ ସୋସିଆଲ ମିଡିଆରେ ବଡ଼ ଆକାରରେ ପ୍ରଚାର କରିବେ।
ଏହା ଦ୍ୱାରା ସମ୍ପୃକ୍ତ ପ୍ରଶାସନ ଓ ଅଧିକାରୀମାନଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରିବ ଏବଂ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ। କୋକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ପୋଷ୍ଟ ହୋଇଛି ଯେ, ‘ଆମର ପ୍ରଥମ ଗ୍ରାଉଣ୍ଡ କ୍ୟାମ୍ପେନ LifeOfACockroach ଆରମ୍ଭ ହେଉଛି। ଅସରପାମାନେ (ନାଗରିକମାନେ), ବର୍ତ୍ତମାନ କାମରେ ଲାଗିପଡ଼ିବାର ସମୟ ଆସିଯାଇଛି। ଯଦି ଆପଣ କୌଣସି ଏଭଳି ଖାଲଖମା ଦେଖୁଛନ୍ତି, ଭଙ୍ଗା ଷ୍ଟ୍ରିଟ୍ ଲାଇଟ୍ ଦେଖୁଛନ୍ତି, ଅଳିଆ ଗଦା ଦେଖୁଛନ୍ତି କିମ୍ବା କୌଣସି ସରକାରୀ ଅଫିସ୍ ଯିଏ 'ଜନସେବା'ର ମାନେ ଭୁଲିଯାଇଛି — ତେବେ ତାହାର ଭିଡିଓ କରନ୍ତୁ, ଫଟୋ ଉଠାନ୍ତୁ ଏବଂ ତାକୁ ରେକର୍ଡ କରନ୍ତୁ।
ଏହାପରେ ଆମକୁ ଟ୍ୟାଗ୍ କରନ୍ତୁ । ଆମେ ଏହି ସ୍ୱରକୁ ଆହୁରି ବଡ଼ କରିବୁ, ଅଧିକାରୀଙ୍କ ଉପରେ ଚାପ ପକାଇବୁ ଏବଂ ସରକାରଙ୍କୁ ଜଣାଇଦେବୁ ଯେ, ଅସରପାମାନେ ସବୁ ଦେଖୁଛନ୍ତି ଏବଂ ସେମାନଙ୍କ ନଜର ସବୁଆଡ଼େ ପଡ଼ୁଛି।’ ଜନସାଧାରଣଙ୍କ ପ୍ରତିକ୍ରିୟା ସରକାରୀ ବ୍ୟବସ୍ଥା ଏବଂ ନାଗରିକ ସମସ୍ୟା ପ୍ରତି ସାଧାରଣ ପ୍ରଶାସନର ଉଦାସୀନତାକୁ ଦର୍ଶାଇବା ପାଇଁ ଦଳର ଏହି ଅଭିନବ ତଥା ବ୍ୟଙ୍ଗାତ୍ମକ ତରିକାକୁ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ବେଶ୍ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଏହାକୁ ନେଇ ବ୍ୟାପକ ଆଲୋଚନା କରୁଛନ୍ତି ଏବଂ ଏହା ସରକାରଙ୍କୁ ଜବାବଦେହି କରିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ବୋଲି ମତ ପ୍ରକାଶ ପାଇଛି।